ବୌଦ୍ଧ: ତାମିଲନାଡୁକୁ କାମ କରିବାକୁ ଯାଇ ଲକଡାଉନରେ ଫସି ରହିଥିବା ବୌଦ୍ଧଜିଲ୍ଲାର ୧୧ଜଣ ପ୍ରବାସୀ ଶ୍ରମିକ ଆଜି ବସ୍ ଭଡାକରି ତାମିଲନାଡୁର ମଙ୍ଗଳମ ବସଷ୍ଟାଣ୍ଡରୁ ବାହାରିଛନ୍ତି । ଆଜି ମଧ୍ୟାହ୍ନ ସୁଦ୍ଧା ସେମାନେ ଆନ୍ଧ୍ର୍ପ୍ରଦେଶର ନେଲୋର ଠାରେ ପହଞ୍ଚି ଯାଇଥିବା ସୂଚନା ମିଳିଛି । ଦୁଇମାସ ଧରି ଭୋକ ଉପାସରେ କାମଧନ୍ଦା ବନ୍ଦ ହୋଇଯିବାକୁ ପଡିରହିବା ପରେ ଏକ ସ୍ୱତନ୍ତ୍ର ବସ୍ ଭଡାକରି (ଟି.ଏନ-୨୩ସି, ଏମ୍୭୯୩୫) ଗଞ୍ଜାମ, କନ୍ଧମାଳ ଓ ଅନୁଗୁଳ ଜିଲ୍ଲାର ଶ୍ରମିକଙ୍କ ସହ ଫେରୁଛନ୍ତି । ଜଣପିଛା ୬୫୦୦ ଟଙ୍କା ଲେଖାଏଁ ଭଡା ବାବଦକୁ ସଂଗ୍ରହକରି ବୌଦ୍ଧର ୯ ଜଣ ଶ୍ରମିକଙ୍କ ସହ ମୋଟ ୨୦ଜଣ ଓଡିଶା ଫେରୁଛନ୍ତି । ସେମାନେ ଆସନ୍ତାକାଲିସୁଦ୍ଧା ବୌଦ୍ଧରେ ପହଞ୍ଚିଯିବାର ସମ୍ଭାବନା ରହିଛି । ଏହି ବସ୍ରେ ଆସୁଥିବା ଶ୍ରମିକମାନେ ହେଲେ ବାବୁଲି ପାତ୍ର (ମୁଣ୍ଡିପଦର) ଚନ୍ଦନ ମଲ୍ଲିକ (ଦେବଗଡ), ଶ୍ରୀକାନ୍ତ ପୋଢ (ଲିଣିବାହାଲ), ରାଜକିଶୋର ଗୁରୁ, ଅଜିତ ଗୁରୁ, ରାଜୀବ ଗୁରୁ (ଜହ୍ନାପଙ୍କ), ଦେବରାଜ ପ୍ରଧାନ (ବଡବନ୍ଧ), ମକରନ୍ଦ ମାଝୀ (ଜହ୍ନାପଙ୍କ), ଲିଲୁ ଦଳବେହେରା (ଲୁଣିବାହାଲ) । ତାମିଲନାଡୁ ଓ ଓଡିଶା ସରକାରଙ୍କ ସମେତ ବୌଦ୍ଧଜିଲ୍ଲା ପ୍ରଶାସନକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଓଡିଶାକୁ ଫେରାଇ ଆଣିବାପାଇଁ କୌଣସି ବ୍ୟବସ୍ଥା ନକରିବାରୁ ବାଧ୍ୟହୋଇ ନିଜ ହାତରୁ ଖର୍ଚ୍ଚକରି ସେମାନେ ଘରକୁ ଫେରୁଥିବା ପ୍ରକାଶ କରିଛନ୍ତି ।