ବୌଦ୍ଧ,୨୦/୧୦- ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ ସଂଘର ଉପସଭାପତି ଶମ୍ଭୁ ଗିରିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମାତଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ମହେଶ ସେଠୀ ପୂର୍ବ ବିବରଣୀ ପାଠସହ ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ । ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ପ୍ରଦିପ କୁମାର ମହାନ୍ତି ଅତିଥିଭାବେ ଯୋଗ ଦେଇଥିଲେ । ଶିକ୍ଷାସହାୟକ ଚାକିରି ଅବଧିକୁ ମୂଳ ଚାକିରିରେ ଗଣନାସହ ୬ଟି ଇନକ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା, ଜିଲ୍ଲାରେ ଲେଭେଲ ୫-କ ରୁ ଲେଭେଲ ୫-ଖ, ଲେଭେଲ ୫-ଖ ରୁ ଲେଭେଲ ୪, ଲେଭେଲ ୪ରୁ ଲେଭେଲ ୩କୁ ଯଥାଶୀଘ୍ର ପ୍ରମୋସନ ପ୍ରଦାନ, ବ୍ଲକସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଂଘର ପୁନଃ ଗଠନ ଉପରେ ଆଲୋଚନା କରାଯାଇଥିଲା । ସରକାର ଯଦି ୬ବର୍ଷ ଶିକ୍ଷାସହାୟକ ଅବଧିକୁ ମୂଳ ଚାକିରିରେ ଗଣନା ସହ ୬ଟି ଇନକ୍ରିମେଣ୍ଟ ପ୍ରଦାନ ନକରନ୍ତି ତେବେ ଆଗାମୀ ଦିନରେ ଜିଲ୍ଲା ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ଓ ଏଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ରହିବେ । ବୈଠକରେ ଜିଲ୍ଲା ସଂଘ ଉପସଭାପତି ବସନ୍ତ ବିଶ୍ୱାଳ, ରଞ୍ଜିତା ମିଶ୍ର, କାର୍ଯ୍ୟକାରୀ ସଭ୍ୟା ରେଣୁପ୍ରଭା ବେହେରା, ଚାପଧାରୀ ପାତ୍ର, ବୌଦ୍ଧ ବ୍ଲକ ସଭାପତି ହୃଦାନନ୍ଦ ପ୍ରଧାନ, ଅଶୋକ ଘିବେଲା, ବିକାଶ ଭଞ୍ଜ, ସଂଜୟ ନାଏକ, ସନ୍ତୋଷ କୁମାର ସାହୁ, ପରମେଶ୍ୱର ମେହେର, ଟୁଲେଶ୍ୱର ମେହେର, ଜୀତେନ୍ଦ୍ର ପ୍ରଧାନ, ଦୁର୍ଗାମାଧବ ଆଚାର୍ଯ୍ୟ, ଦୁର୍ଗାଶଙ୍କର ପରିଜା, ରଶ୍ମିରଞ୍ଜନ ଦାସ, ବିଭୁତି ଭୂଷଣ ପ୍ରଧାନ, ରମେଶ ଚନ୍ଦ୍ର ନାଏକ, ଚନ୍ଦ୍ରଶେଖର ହାତୀ, ନବୀନ କୁମାର ବେହେରା, ବୃନ୍ଦାବନ ଶତପଥୀ ଓ କାତ୍ୟାନୀ ପାଢୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଶିକ୍ଷକ ଅଜିତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।