ବୌଦ୍ଧଜିଲ୍ଲା: ଆଜି ୭ସଂକ୍ରମିତ ଚିହ୍ନଟ, ବୌଦ୍ଧସହର ଆକ୍ରାନ୍ତ ଶୂନ୍ୟ

ବୌଦ୍ଧ,୨୩/୭: ଗତକାଲି ଜିଲ୍ଲାରେ ୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୭ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧସହର କରୋନାମୁକ୍ତ ଥିବାବେଳେ ବୌଦ୍ଧବ୍ଲକ ଶଗଡା ପଞ୍ଚାୟତ ଶଗଡା ଗ୍ରାମରୁ ଜଣେ, ତେଲିବନ୍ଧ ପଞ୍ଚାୟତ କମଲପୁର ଗ୍ରାମରୁ ଜଣେ, ହରଭଙ୍ଗା ବ୍ଲକ ସଙ୍କୁଲେଇ ପଞ୍ଚାୟତରାଉତପଡା ଗ୍ରାମରୁ ଜଣେ, କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ପଞ୍ଚାୟତ ଶାନ୍ତିପାଲି ଗ୍ରାମରୁ ଜଣେ,ଖଟଖଟିଆ ପଞ୍ଚାୟତ ଦମାମୁଣ୍ଡା ଗ୍ରାମରୁ ଜଣେ, କୁମରକେଲି ଗ୍ରାମରୁ ଜଣେ, ରୁଣ୍ଡିମହୁଲ ପଞ୍ଚାୟତ ରୁଣ୍ଡିମହୁଲ ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆଜିସୁଦ୍ଧା ୧୨୪୭୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

Comments (0)
Add Comment