ବୌଦ୍ଧ,୧୫/୯ – ଆଜି ବୌଦ୍ଧଜିଲ୍ଲାରେ ଆଉ ୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩୦ ପଜିଟିଭଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାରେ ପରୀକ୍ଷା କରିଥିବା ୨୯ ଜଣ ଅନ୍ତର୍ଭୁକ୍ତ ଥିବାବେଳେ ଜିଲ୍ଲା ବାହାରେ ପରୀକ୍ଷା କରାଇ ଅନ୍ୟ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଡାକ୍ତର ଶ୍ରୀ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୬ ଜଣ, ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଗ୍ରାମରୁ ୭ ଜଣ, ତିଲେଶ୍ୱର ଗ୍ରାମ ପଂଚାୟତର ମୁଷାଢ ଗ୍ରାମରୁ ୧ ଜଣ, ଚାରିଛକରୁ ୧ ଜଣ, ଆଡେନିଗଡ ଗ୍ରାମରୁ ୨ ଜଣ, ଲୁଣିବାହାଲ୍ ଗ୍ରାମ ପଂଚାୟତ ବଡବନ୍ଧ ଗ୍ରାମରୁ ୧ ଜଣ, ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଗୋବିନ୍ଦପୁର୍ ଗ୍ରାମରୁ ୧ ଜଣ, ତେଲିବନ୍ଧ ଗ୍ରାମ ପଂଚାୟତର ଗୌତମପାଲି ଗ୍ରାମରୁ ୪ ଜଣ, ଶଗଡା ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍ ପଥରଖଣ୍ଡି ଗ୍ରାମରୁ ୪ ଜଣ ଓ କୋଭିଡ୍ ଡାକ୍ତରଖାନାର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।