ସେବାକାର୍ଯ୍ୟ କରି ଜନ୍ମଦିନ ପାଳିଛନ୍ତି ପ୍ରଣାମ ନୃତ୍ୟାନୁଷ୍ଠାନର ଛାତ୍ର ଶ୍ରୀୟାଂଶ

ବୌଦ୍ଧ,୧୫/୫ – ପ୍ରଣାମ ନୃତ୍ୟାନୁଷ୍ଠାନର ଛାତ୍ର ଶ୍ରୀୟାଂଶ କୁମାରଙ୍କ ଶୁଭ ଜନ୍ମ ଦିନ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି । ଗତକାଲି ପ୍ରଣାମ ପରିବାରର ସଦସ୍ୟ ମାନଙ୍କ ସହ ଶ୍ରୀୟାଂଶ କୁମାରଙ୍କ ପିତା ଅଜିତ ପଟ୍ଟନାୟକ, ମାତା ବିନ୍ଦିଆ ପଟ୍ଟନାୟକ ଜେଜେବାପା ଦୁର୍ଜୟ ପଟ୍ଟନାୟକ, ବନ୍ଧାପଥର ଗ୍ରାମ ନିକଟ ନୂଆସାହି ବସ୍ତିକୁ ଯାଇ ବସ୍ତିରେ ତାଳପତ୍ର କୁଡିଆ ଘରେ ରହୁଥିବା ୩୬ଟି ପରିବାରକୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲେ । ଏଥିସହ କୋରୋନ ସଚେତନତା ବାର୍ତ୍ତା ଦେଇ ସମସ୍ତଙ୍କୁ ମାସ୍କର ବ୍ୟବହାର, ହାତ ସାନିଟାଇଜ କରିବା ଏବଂ କୋରୋନା ମହାମାରୀ ଠାରୁ ଦୂରେଇ ରହିବା ପାଇଁ ସଚେତନ କରାଯାଇଥିଲା । ଶୁଖିଲା ଖାଦ୍ୟ ପ୍ୟାକେଟରେ ଚାଉଳ, ଡାଲି, ଆଳୁ, ପିଆଜ, ବିସ୍କୁଟ, ସାବୁନ ଆଦି ପାଇ ବସ୍ତିବାସୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ ଏବଂ ଶ୍ରୀୟାଂଶ କୁମାରଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏଥିସହ ସାନ ବାଗବର ଠାରେ ଥିବା ହାରଭେଷ୍ଟ ଚାଇଲ୍ଡ କେୟାର ସେଣ୍ଟରରେ ଥିବା ଶିଶୁ ମାନଙ୍କୁ ମଧ୍ୟ ଶୁଖିଲା ଜଳଖିଆ ବଣ୍ଟନ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଣାମ ଅନୁଷ୍ଠାନର ସଭାପତି ବସନ୍ତ କୁମାର ସାହୁ, ସମ୍ପାଦକ ପ୍ରଶାନ୍ତ କୁମାର ଭାଇନାଙ୍କ ସହ ମାନଭଞ୍ଜନ ମହାରଣା, ଅମିତ ନାୟକ, ଜସ୍ମିନ କୌସର, ଶୋଭନ କରଡିଆ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment