ଜହ୍ନାପଙ୍କରେ ନକଲି ୨୦୦ ଟଙ୍କିଆ ନୋଟ

ବୌଦ୍ଧ/ଜହ୍ନାପଙ୍କ,୮/୧୧: ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ସୋନପୁରପଟୁ ଏକ ଇଣ୍ଡିକା କାରରେ ଆସି ପରିବା କିଣି ୨୦୦ଟଙ୍କା ଦେଇଥିଲେ, ପୁଣି ଏକ କିରାଣା ଦୋକାନକୁ ଯାଇ ଫଳ କିଣି ୪୦୦ଟଙ୍କା ଦେଇଯାଇଥିଲେ । କିଛି ସମୟ ପରେ ଜଣାପଡିଲା ଏହା ନକଲି ବୋଲି । ସଙ୍ଗେସଙ୍ଗେ ଦୋକାନୀ କାରର ପିଛା କରିଥିଲେ ମଧ୍ୟ ତାଙ୍କୁ ନପାଇ ନିରାଶହୋଇ ଫେରିଥିଲେ । ପୋଲିସ ଏହାର ତଦନ୍ତ କରିବାପାଇଁ ସାଧାରଣରେ ଦାବି ହେଉଛି ।

Comments (0)
Add Comment