ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବର ଚତୁର୍ଥ ଦିନ, ନାରୀ ସଶକ୍ତି କରଣ ସମ୍ପର୍କିତ କର୍ମଶାଳା

ବୌଦ୍ଧ,୧୮/୧୨: ସମାଜକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାରୀ ବିଭିନ୍ନ ରୂପରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରୁଥିବାରୁ ତାକୁ ସମାଜର ଅଗ୍ରପୂଜ୍ୟା ବୋଲି ସମ୍ମାନ ଦେବାସହ ସେହି ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ସବୁବର୍ଗରେ ଚେଷ୍ଟା ରହିବା ଉଚିତ୍‌ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ବୀରନରସିଂହପୁର ନର୍ସରୀ ଠାରେ ଆୟୋଜିତ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବର ଚତୁର୍ଥ ଦିନରେ ନାରୀ ସଶକ୍ତି କରଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବି. ଡି.ଓ. ସୁଶ୍ରୀ ସ୍ମିତା ରଥ, ଅ ।ର୍କିଟେକ୍ଟ ସୁଶ୍ରୀ ସୁମନ ଷଡ଼ଙ୍ଗୀ ଓ ସ୍ଥାନୀୟ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ହରଭଙ୍ଗା ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର ବେଣୁଧର ମହାପାତ୍ର ଏହି କର୍ମଶାଳାରେ ନାରୀମାନଙ୍କ ସଶକ୍ତି କରଣ, ଲୁକ୍କାୟିତ ପ୍ରତିଭାର ବିକାଶ ତଥା ସ୍ୱାବଲମ୍ବୀ ହେବାପାଇଁ ମାର୍ଗଦର୍ଶନ କରିଥିଲେ । ମହୋତ୍ସବ କମିଟିର ସଭାପତି ବିଶ୍ୱଜିତ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସଦସ୍ୟ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବୌଦ୍ଧର କଣ୍ଠଶିଳ୍ପୀ ଦେବାଶିଷ ମିଶ୍ର ଓ ହରଭଙ୍ଗାର କଣ୍ଠଶିଳ୍ପୀ ଶ୍ରୀମତୀ ପ୍ରମୋଦିନି ଦେଈଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କର୍ମଶାଳାରେ ବିଭିନ୍ନ ପଞ୍ଚାୟତ ରୁ ମହିଳା ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ । ଶେଷରେ ସଙ୍ଗୀତଜ୍ଞ ବ୍ରହ୍ମା କୁମାର ଏବଂ ସାଥୀ ସଙ୍ଗୀତ ପରିବେଷଣ କରିଥିଲେ ।

Comments (0)
Add Comment