ବୌଦ୍ଧ ଜିଲ୍ଲାରୁ ୭୬ ଆକ୍ରାନ୍ତ ଚିହ୍ନଟ, ଗ୍ରାମାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ

ବୌଦ୍ଧ,୨୦/୧ – ଆଜି ଜିଲ୍ଲାରୁ ୭୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ହରଭଙ୍ଗା ବ୍ଲକରୁ ୩୦ ବୌଦ୍ଧ ବ୍ଲକରୁ ୧୩ ଓ କଣ୍ଟାମାଳ ବ୍ଲକରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ ଏନଏସିର ୱାର୍ଡ ନଂ ୧ ମାଳିସାହି, ବ୍ରିଜ ଛକରୁ ଜଣେ ଲେଖାଏଁ, ୱାର୍ଡ ନଂ ୧୨ ବୁଟୁପାଲିରୁ ୫ଜଣ, ୱାର୍ଡ ନଂ ୨ ବଗିଚାସାହିରୁ ଜଣେ, ୱାର୍ଡ ନଂ ୬ ବାବୁସାହିରୁ ଜଣେ ଓ ବ୍ରାହ୍ମଣସାହିରୁ ୨ଜଣ, ୱାର୍ଡ ନଂ ୭ ରଥସାହିରୁ ଜଣେ, ୱାର୍ଡ ନଂ ୮ ପୋଡାପଡାରୁ ୩ଜଣ, କଲେକ୍ଟୋରେଟରୁ ରେସ୍‌ ଅଫିସରୁ ଜଣେ, ୱାର୍ଡ ନଂ ୯ ମାଷ୍ଟରଲାଇନ ଓ ଜିଲ୍ଲା କୋର୍ଟରୁ ୨ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ଜଣାପଡିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ବୌଦ୍ଧଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୯୦ରେ ପହଞ୍ଚିଛି । ସେଥିରୁ ୧୨୬୨୩ ଜଣ ସୁସ୍ଥ ହୋଇଥିବା, ୪୫୫ଜଣ ଚିକିତ୍ସାଧୀନ ଓ କରୋନାରେ ୧୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Comments (0)
Add Comment