ବୌଦ୍ଧ ଏନଏସି ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ବୌଦ୍ଧ,୨୪/୨:- ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି । ଏନଏସି କାର୍ଯ୍ୟାଳୟ ମିଟିଂ ହଲଠାରେ ବୌଦ୍ଧଗଡ ଏନଏସି ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ଏହି ତାଲିକାକୁ ଉନ୍ମୋଚିତ କରିଥିଲେ । ବୌଦ୍ଧ ଏନଏସିରେ ୧୭ଟି ୱାର୍ଡ ରହିଥିବାବେଳେ ମୋଟ ଭୋଟର ସଂଖ୍ୟା ୧୫,୭୧୦ । ସେଥିମଧ୍ୟରୁ ପୁରୁଷ ଭୋଟ ସଂଖ୍ୟା ୭,୭୯୮, ମହିଳା ଭୋଟର ୭,୯୧୨ ଏବଂ ତୃତୀୟଲିଙ୍ଗିଙ୍କ ସଂଖ୍ୟା ଶୂନ ରହିଥିବା ଜଣାପଡିଛି । ଏହି ଭୋଟର ତାଲିକା ପ୍ରକାଶନ ସମୟରେ ଏନଏସି କର୍ମଚାରୀ ଜୟକୁମାର ତ୍ରିପାଠୀ, ବିଜେଡି, କଂଗ୍ରେସ ଓ ବିଜେପି ଦଳରୁ ଜଣେ ଲେଖାଁଏ ସଦସ୍ୟ ଉପସ୍ଥିତ ରହିଥିଲେ । ଭୋଟର ତାଲିକା ପ୍ରକାଶ ପାଇବାପରେ ଦଳୀୟ ସଦସ୍ୟମାନଙ୍କୁ ତାଲିକାଥିବା ଗୋଟିଏ ସେଟ୍‌ ଲେଖାଁଏ ବହି ପ୍ରଦାନ କରାଯାଇଥିଲା ।

Comments (0)
Add Comment