ବୁଲା ଗାଈଗୋରୁଙ୍କୁ ଥଇଥାନ ପାଇଁ ଚୁକ୍ତିନାମା

ବୌଦ୍ଧ,୧୮/୬- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଲିସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ବୌଦ୍ଧ ସହରରେ ବୁଲୁଥିବା ଗାଈଗୋରୁଙ୍କୁ ଥଇଥାନ କରିବା ପାଇଁ ଚୁକ୍ତିନାମା ସ୍ୱାକ୍ଷର ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତ୍ତିବାସ ପଲିଆ, ବୌଦ୍ଧଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା ଓ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ୍ତ କୁମାର ରଥ ଉପସ୍ଥିତ ହୋଇ ସ୍ୱାକ୍ଷର କରିଛନ୍ତି । ସାକ୍ଷୀ ଭାବେ ମାହେଶ୍ୱରୀ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼, ଏନ. ଏ. ସି କର୍ମଚାରୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ଡା ପ୍ରଫୁଲ୍ଲ କୁମାର ନାଏକ ଓ ସହକାରୀ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ନିରୋଦ ଚନ୍ଦ୍ର କହଁର ଉପସ୍ଥିତ ଥିଲେ । ମାହେଶ୍ୱରୀ ଗୋଶାଳାରେ ସର୍ବାଧିକ ୧୫୦ ବୁଲା ଗାଈଗୋରୁଙ୍କୁ ଥଇଥାନ ପାଇଁ ଗୁହାଳ ଘର, ଘାସ ଚାଷ, ପାନୀୟ ଜଳ ସୁବିଧା, ଆଲୋକୀକରଣ ବ୍ୟବସ୍ଥା ସରକାରୀ ସ୍ତରରେ ଖୁବ କମ୍‌ ଦିନରେ କରିବାପାଇଁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ପ୍ରତିଶୃତି ଦେଇଥିଲେ ।

Comments (0)
Add Comment