ବୌଦ୍ଧ,୨୪/୩:- ମାରୱାଡ଼ି ଯୁବା ମଞ୍ଚ ବୌଦ୍ଧ ଶାଖା ତରଫରୁ ସ୍ଥାନୀୟ ଅଗ୍ରୱାଲ ଭବନ ଠାରେ ଗୁରୁବାର ସନ୍ଧ୍ୟାରେ ଶାଖାର ୨୯ ତମ ଶପଥ ଗ୍ରହଣ ସମାରୋହ ତଥା ନବନିର୍ବାଚିତ ରାଷ୍ଟ୍ରୀୟ ଏବଂ ପ୍ରାନ୍ତୀୟ ପଦାଧିକାରୀ ମାନଙ୍କ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । । ଶାଖା ଅଧ୍ୟକ୍ଷ ଅଙ୍କିତ ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ନବନିର୍ବାଚିତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବଲାଙ୍ଗୀରର ଦୀପକ ଛାପଡ଼ିଆ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ବୌଦ୍ଧର ସୁନ୍ଦର ପ୍ରକାଶ, ନବନିର୍ବାଚିତ ପ୍ରାନ୍ତୀୟ ଅଧ୍ୟକ୍ଷ ସମ୍ୱଲପୁରର ପରାଗ ଅଗ୍ରୱାଲ, ନବନିର୍ବାଚିତ ପ୍ରାନ୍ତୀୟ ଉପାଧ୍ୟକ୍ଷ ଡୁଙ୍ଗୁରିପାଲିର ରାକେଶ ଅଗ୍ରୱାଲ, ବର୍ତ୍ତମାନ ପ୍ରାନ୍ତୀୟ ଉପାଧ୍ୟକ୍ଷ କେତନ କୁମାର ଅଗ୍ରୱାଲ, ମାରୱାଡ଼ି ସମାଜ ବୌଦ୍ଧର ଅଧ୍ୟକ୍ଷ ରାଧେଶ୍ୟାମ କେଡ଼ିଆ, ମାରୱାଡ଼ି ମହିଳା ସମିତି ବୌଦ୍ଧର ଅଧ୍ୟକ୍ଷା ଶ୍ରୀମତୀ ଶକୁନ୍ତଳା ଗର୍ଗ ପ୍ରମୁଖ ମଞ୍ଚାସୀନ ଥିଲେ ।
ଏହି ଅବସରରେ ନୂତନ ଭାବେ ନିର୍ବାଚିତ ହୋଇଥିବା ସୁନ୍ଦର ପ୍ରକାଶ ଅଗ୍ରୱାଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶାଖା ସମ୍ପାଦକ କୁଶ ଅଗ୍ରୱାଲ ନୂତନ ଶାଖା ଅଧ୍ୟକ୍ଷ ଭାବରେ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାରୱାଡି ସମାଜର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ବହୁସଂଖ୍ୟାରେ ଯୋଗ ଦେଇଥିଲେ ।