ସୁନାମଧନ୍ୟ କଳାକାର ତଥା ପୂଜକ ଧନେଶ୍ୱର ବାରିକଙ୍କ ପରଲୋକ

ବୌଦ୍ଧ,୧୦/୧୦:- ବୌଦ୍ଧ ରାମଲୀଳା ଯାତ୍ରାର ପ୍ରାକ୍ତନ କଳାକାର ଧନେଶ୍ୱର ବାରିକଙ୍କ ଆଜି ଅପରାହ୍ନ ୩ଟା ସମୟରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେଲା ବିଭିନ୍ନ ରୋଗରେ ପୀଡିତ ଥିଲେ । ସ୍ୱର୍ଗତ ବାରିକ ବୌଦ୍ଧ ରାମଲୀଳା ଯାତ୍ରାରେ ଜଣେ କଳାକାର ଭାବେ ଶବର, ବିଭୀଷଣ, ମାରିଚ ଭୁମିକାରେ ଉଚ୍ଚକୋଟୀର ଅଭିନୟ କରି ବେଶ୍‌ ଚର୍ଚ୍ଚିତ ଥିଲେ । ଏତଦ୍‌ ବ୍ୟତୀତ ବୌଦ୍ଧ ମାଳିସାହିସ୍ଥିତ ଐତିହାସିକ ରାମେଶ୍ୱର ମନ୍ଦିରରେ ପୂଜକ ଭାବେ ମଧ୍ୟ ପୂଜା କରୁଥିଲେ । ସ୍ୱର୍ଗତ ବାରିକଙ୍କ ଦୁଇପୁତ୍ର ଥିବାବେଳେ ବଡପୁଅ ଶ୍ୟାମ ସୁନ୍ଦର ବାରିକ ବୌଦ୍ଧଗଡ ଏନଏସିର ୧ନଂ ୱାର୍ଡର ୱାର୍ଡମେମ୍ବର ଅଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଦୁଇ ପୁଅ, ବୋହୁ, ନାତିନାତୁଣୀମାନେ ଉପସ୍ଥିତ ଥିଲେ । ଆଜି ତାଙ୍କରି ପରଲୋକରେ ସହରରେ ଶୋକର ଛାୟା ଖେଳିଯାଇଛି । ଆଜି ବୌଦ୍ଧର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କର ମାଳିସାହିସ୍ଥିତ ବାସଭବନରେ ଶେଷଦର୍ଶନ କରିଥିଲେ ।

Comments (0)
Add Comment