ବୌଦ୍ଧ/ଜହ୍ନାପଙ୍କ,୩/୧୨ – ବୌଦ୍ଧବ୍ଲକ୍ ଜହ୍ନାପଙ୍କ ନିକଟ ପୋଡାବଲସ ଗ୍ରାମଠାରେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବିଦ୍ୟୁତ ବିଭାଗର ଗ୍ରୀଡ଼ ବିପଦସଙ୍କୁଳ ଅବସ୍ଥାରେ ମୁକୁଳା ହୋଇ ପଡିଛି । ଦୀର୍ଘ ଦିନରୁ ପାଚେରୀ ନିର୍ମାଣ କରିବା କିମ୍ବା ତାର ବାଡ ଦେବା ପାଇଁ ଦାବି ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ହୋଇପାରି ନଥିବା ହେତୁ ଜନ ଅସନ୍ତୋଷ ପ୍ରକାଶ ପାଉଛି । ଖୋଲାମେଲାରେ ସବ୍ଷ୍ଟେସନ ଥିବା ଫଳରେ ଅନେକ ସମୟରେ ଗୋରୁଗାଈ ଓ ସାଧାରଣ ଲୋକେ ବିଦ୍ୟୁତ ସଂସ୍ପର୍ଶରେ ଆସିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବନାହିଁ । ତେଣୁ ଯଥାଶୀଘ୍ର ବିଦ୍ୟୁତ ବିଭାଗ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପାଚେରୀ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।