ବର୍ଷା ହେଲେ ୧୦ ଖଣ୍ଡ ଗ୍ରାମକୁ ଯୋଗାଯୋଗ ବିଛିନ୍ନ

ବୌଦ୍ଧ,୨୫/୭ -କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମ ପଂଚାୟତର ଅନେକ ଗ୍ରାମ ରହିଛି ଯଦି ଟିକିଏ ବର୍ଷା ହେଲା ସେ ଗ୍ରାମ ଗୁଡିକୁ ଯୋଗାଯୋଗ ବିଛିନ୍ନ ହୋଇଥାଏ । ଲମ୍ବସରୀ ଗ୍ରାମ ପଂଚାୟତର ଖମାର ଗ୍ରାମ ଠାରୁ ଦେମୁହାଣ ଗ୍ରାମକୁ ଯାଇଥିବା ରାସ୍ତାରେ ଟିକିଏ ବର୍ଷା ହେଲେ ଯିବା ଆସିବା କରିବା କଷ୍ଟକର ହୋଇଥାଏ । ଅନେକ ଥର ବିଭିନ୍ନ ସରକାରୀ ଯୋଜନାରେ ବ୍ଲକ୍ ଓ ଗ୍ରାମ ପଂଚାୟତ ତରଫରୁ ଏ ରାସ୍ତା କାମ ହେଉଥିଲେ ମଧ୍ୟ ରାସ୍ତାଟି ଜନସାଧାରଣଙ୍କ କାମରେ ଲାଗୁନାହିଁ । ଗତବର୍ଷ ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠିରୁ ୧୮୦୦୦୦ ଟଙ୍କାର ଅନୁଦାନରେ ରାସ୍ତା କାମ ହୋଇଥିଲା । ରାସ୍ତାର ଅବସ୍ଥା ସୁଧୁରିବା ବଦଳରେ ଟିକିଏ ବର୍ଷାରେ ରାସ୍ତାରେ ଯିବା ଆସିବା କରି ହେଉନାହିଁ । ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ପ୍ରଶାସନ ଆବଶ୍ୟକ ଅର୍ଥ ମଂଜୁର କରି ଖାମାର୍ – ଦେମୁହାଣ ରାସ୍ତା କାମ ତୁରନ୍ତ କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment