ବୌଦ୍ଧ,୨୨/୪ – ଆଜି ବୌଦ୍ଧଜିଲ୍ଲାରେ ପୁଣି ୩୮ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୩୮ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୮ ରେ ପହଞ୍ଚିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ୩୮ ଜଣ ନୂତନ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୧୪ ଜଣ, ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଅଂଚଳରୁ ୩ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, କଣ୍ଟାମାଳ ବ୍ଲକ୍ ପଲସାଗୋରା ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, ଗୁଡଭେଲିପଦର ଗ୍ରାମ୍ ପଂଚାୟତ ଅଂଚଳରୁ ୨ ଜଣ, ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ ଅଂଚଳରୁ ୨ ଜଣ, ନାରାୟଣ ପ୍ରସାଦ ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଂଚାୟତ ଅଂଚଳରୁ ୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧବ୍ଲକ୍ ବଢିଗାଁ ଗ୍ରାମ୍ ପଂଚାୟତ ଅଂଚଳରୁ ୭ ଜଣ, ମୁଣ୍ଡାପଡା ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ ଓ ବଘିଆପଡା ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ ନୂତନ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସିଡିଏମଓ ଡାକ୍ତର ପ୍ରଧାନ ସୂଚନା ଦେଇଛନ୍ତି ।