ବୌଦ୍ଧ,୨୯/୮- ବୌଦ୍ଧଜିଲ୍ଲା ସରସରା ୦୭ ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଯୋଗଦେଇ ଦଳର ନୀତି ଆଦର୍ଶ ଓ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକାରିଣୀ ବୈଠକରେ ୫ ଗୋଟି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା । ବିଶେଷକରି ସରସରା ୦୭ମଣ୍ଡଳର ସମସ୍ତ ପଞ୍ଚାୟତ, ରାସ୍ତାଘାଟ ମରାମତିରେ ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରୀତି, ଜଳସେଚନ ସମସ୍ୟା, ଚାଷଜମିରେ ମରୁଡି , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି , ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଭତ୍ତା ପ୍ରଦାନରେ ଦୁର୍ନୀତି , ଧାନର ଅଭାବୀ ବିକ୍ରି । ମଣ୍ଡଳ କାର୍ଯ୍ୟକାରିଣୀ ୬୧ ଜଣିଆ ସଦସ୍ୟ ଯୋଗଦେଇ ଆଗାମୀ ଦିନରେ ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ସମସ୍ୟା କିପରି ଦୂର ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିଜନିଜ ୱାର୍ଡ଼ରେ ଘରକୁଘର ବୁଲି ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମଣ୍ଡଳ ପ୍ରଭାରୀ ପ୍ରେମାନନ୍ଦ ମିଶ୍ର, ବରିଷ୍ଠନେତା ସୁଶାନ୍ତ ପ୍ରଧାନ, ସୂର୍ଯ୍ୟନାରାୟଣ ମହାପାତ୍ର ,ପଛୁଆବର୍ଗ ଜିଲ୍ଲା ମୋର୍ଚ୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର ଗାଈଗୌରୀଆ, ନିର୍ମଳ ବେହେରା, ମାଗୁଣି ଗାଈଗୌରୀଆ , ତାପସ ପଟ୍ଟନାୟକ, ଶ୍ରୀ ପରମା ବେହେରା, ଶମ୍ଭୁ ପ୍ରଧାନ , ବିଶ୍ୱମ୍ବର ମହାକୁଡ, ବନମାଳୀ ମାହାର, ବୃନ୍ଦାବନ ଦନ୍ତା, କୁନା ମାହାର, ଶେଷ ଛାନ୍ଦ, କୈବଲ୍ୟ ପ୍ରଧାନ, ବନମାଳୀ ରଣା ପ୍ରମୁଖ ବହୁଦଳୀୟ ନେତୃବୃନ୍ଦ ଯୋଗଦାନ କରି ଦଳୀୟ କାର୍ଯ୍ୟକ୍ରମ ଉପରେ ଅଭିଭାଷଣ ରଖିଥିଲେ ।