ଜହ୍ନାପଙ୍କ-ଖମ ।ରିପଡା ରାସ୍ତାରେ ବିପଦପୂର୍ଣ୍ଣ ଗର୍ତ୍ତ, ଦୁର୍ଘଟଣାକୁ ଆମନ୍ତ୍ରଣ

ବୌଦ୍ଧ/ଜହ୍ନାପଙ୍କ,୬/୯- ରାଜ୍ୟସରକାର ଲୋକଙ୍କ ଗମନାଗମନର ସୁବିଧାପାଇଁ ରାସ୍ତା ଉନ୍ନତିକରଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜହ୍ନ ।ପଙ୍କ-ଖମ ।ରିପଡା ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତି କରଣ କାର୍ଯ୍ୟ କରାଯାଇଛି । ନହେଲେ ରାସ୍ତା ନିର୍ମାଣ ଅବଧିର ୨ ବର୍ଷ ବିତିଯାଇଥିଲେ ମଧ୍ୟ ଏହା ଅଧାପନ୍ତରିଆ ହୋଇପଡ଼ିଛି । ପୋଲଗୁଡିକ ନିର୍ମାଣ ସରିଛି ହେଲେ ଆପ୍ରୋଜ ରୋଡ଼ ହୋଇନଥିବାରୁ ଲୋକ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ନିର୍ମାଣ ବେଳେ ଏହାର ବୈଷୟିକ ଦିଗପ୍ରତି ଧ୍ୟାନ ନଦେଇ ଲାଭଖୋର ମନୋବୃତ୍ତି ସହ ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ରାସ୍ତାର ସ୍ଥାନେ ସ୍ଥାନେ ରେନ କଟ ହୋଇ ବିପଦପୂର୍ଣ୍ଣ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାକି ଲୋକଙ୍କ ଜୀବନ ପ୍ରତି ବିପଦ ହେଉଛି । ସୂଚନାଯୋଗ୍ୟ ଯେ ଯେଉଁଠି ରାସ୍ତା ଉଚ୍ଚ଼ ଅଛି ତାହା ପାର୍ଶ୍ୱରେ ଗାଡ଼ୱାଲ ଦେବାର ନିୟମଥିବା ବେଳେ ଅଦରକାରୀ ସ୍ଥାନରେ ଗାଡ଼ୱାଲ ଦେଇ ଠିକାଦାର ଲାଭବାନ ହୋଇଥିବା ମକୁନ୍ଦପୁର ଓ ପଦ୍ମନପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତାର ବରସ ।ହି ଓ ମକୁନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ରେନକଟ ଯୋଗୁଁ ଏକ ବିରାଟ ଗର୍ତ୍ତ ହୋଇ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି । ଗର୍ତ୍ତ ଦୁଇଟି ଏଭଳି ସ୍ଥାନରେ ହୋଇଛି ଯେ ରାତିରେ ଆଦୌ ଦେଖାଯାଉନାହିଁ । ଆଗରୁ ଯଦି ଚରିଚକିଆ ଗାଡି ଆସେ ତେବେ ସାଇକେଲ ଚାଳକ ବା ମଟର ସାଇକେଲ ଚାଳକ ପଡିବା ନିଶ୍ଚିତ । ଠିକାଦାର ରାସ୍ତା ଅଧାରୁ ଛାଡି ଫେରାର ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ଏହାର ତଦାରଖ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତୁରନ୍ତ ଏହି ଗର୍ତ୍ତକୁ ଶୀଘ୍ର ପୋତାନଗଲେ ଆଗକୁ ବଡ ଧରଣର ଦୁର୍ଘଟଣା ଘଟିପାରେ ବୋଲି ଆଲୋଚନା ହେଉଛି ।

Comments (0)
Add Comment