ବୌଦ୍ଧ ୨/୧୦:-ବୌଦ୍ଧ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରଧାନଶିକ୍ଷକ ଶ୍ରୀ ଘିବେଲା ଉଭୟ ମହାପୁରୁଷଙ୍କ ଜୀବନ କାହାଣୀ ଆଲୋଚନା କରିଥିଲେ । ଛାତ୍ରୀମାନେ ଗାନ୍ଧିଜୀଙ୍କ କାର୍ଯ୍ୟଧାରାକୁ ଅନୁକରଣ କରିବା, ସମୟାନୁବର୍ତ୍ତୀ ହେବା, ନିଜ ନିଜର ପରିବେଶରେ ସ୍ୱଚ୍ଛତା ପାଳନ କରିବା, ଶାସ୍ତ୍ରୀଙ୍କ ପରି ପିଲାଦିନରୁ କର୍ମଠ ହେବା, ସ୍ୱାଧ୍ୟାୟ କରିବା, ଆଗାମୀ ଦିନରେ ଭଲ ମଣିଷ ହୋଇ ସମାଜରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ଦେହୁରୀ, ଦଶମ ଶ୍ରେଣୀ ଛାତ୍ରୀ ପୂଜା ସାହୁ, ସ୍ମୁତି ପଟ୍ଟନାୟକ, ନମ୍ରତା ବଡ଼ମାଳୀ ଓ ସ୍ୱପ୍ନା ନାଏକ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏସ ଏମ ଡି ସି ସଦସ୍ୟ ଦିଲ୍ଲୀପ ବିଶିଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ନବମ ଦଶମ ଶ୍ରେଣୀର ଛାତ୍ରୀମାନେ ଉପସ୍ଥିତ ଥିଲେ ।