ନାରାୟଣନଗର ଲୋକକଳା ଗ୍ରାମର ତୃତୀୟ ବାର୍ଷିକୀ ମହୋତ୍ସବ ଅନୁଷ୍ଠିତ

ବୌଦ୍ଧ,୨/୧୦- ବୌଦ୍ଧବ୍ଲକ ନାରାୟଣନଗର ଠାରେ ଲୋକକଳା ଗ୍ରାମର ତୃତୀୟ ବାର୍ଷିକୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଦିପ କୁମାର ଅମାତ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ, ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଉପାଧ୍ୟକ୍ଷ, ପଂଚାୟତ ସମିତି ମନୋରଂଜନ ପୁରୋହିତ, ଉପ-ସଭାପତି ଜିଲ୍ଲା କଳା ସାସ୍କୃଂତିକ ସଂଘ, ଦିବ୍ୟଶଙ୍କର ରାଉତ, ଉପ-ସଭାପତି ବ୍ଲକ କଳା ସାଂସ୍କୃତିକ ସଂଘ, ସ୍ୱାଧୀନ କୁମାର ପରିଡା, ବାଂଛାନିଧି ପ୍ରଧାନ ଓ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଡି.ଆଇ.ପି.ଆର.ଓ ରୀତାକାନ୍ତି ବଳିଆର ସିଂ ଏବଂ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ବାସୁଦେବ ପାତ୍ର, ସଭାପତି ବି.ଡି.ଓ ଦେବୀପ୍ରସାଦ ଦାଶ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ, ସରକାରୀ ଉଚ୍ଚବିଦ୍ୟାଳୟ, ମେଣ୍ଢିମାଳ ସଭା ପରିଚାଳନା କରିଥିଲେ ଏବଂ ଶ୍ରୀଯୁକ୍ତ ରାଜେନ୍ଦ୍ର ମେହେର, ସଂରପଚ, ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଆରମ୍ଭରେ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ପରେ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଶିଷ୍ଟ ପାଲାଗାୟକ ଶ୍ରୀଯୁକ୍ତ ବାଂଛାନିଧି ପ୍ରଧାନ ଲୋକ ଗୀତ ଗାନ କରିଥିଲେ । ପରେ ପରେ ଶ୍ରୀ ରାମଲୀଳା ସାଂସ୍କୃତିକ ପରିଷଦ, ନାରାୟଣନଗର (ରାମ ବନବାସ) ଷଣ୍ଢେଶ୍ୱର ବାବା ଦଣ୍ଡ ଦଳ ଝାଲିଆ ଶବର, କୈ÷ଲାସୀ ଦେବୀ ସଂକିର୍ତନ ମଣ୍ଡଳୀ, ଜଗତି, ଲକ୍ଷ୍ମୀନାରାୟଣ ସଂକିର୍ତନ ମଣ୍ଡଳୀ, ନାରାୟଣନଗର, ରଘୁନାଥ ସଂକିର୍ତନ ମଣ୍ଡଳୀ, ଗୋବିନ୍ଦପୁର ସଂକିର୍ତନ ପରିବେଷଣ କରିଥିଲେ । ବାବା ଗୋକୁଳେଶ୍ୱର ଦକ୍ଷିଣକାଳୀ ଦଣ୍ଡ ଦଳ, ଖୁଂଟିଆପଡା (ପତରସଉରା ଓ ସଉରାଣୀ) ମା ଭୈ÷ରବୀ କୃଷ୍ଣଗୁରୁ, ମଣ୍ଡଳୀ, ସୁଭଦ୍ରା ମାତୃମଣ୍ଡଳୀ ଓ ସାଥୀ, ଲକ୍ଷ୍ମୀନ୍ଦ୍ର ନାୟକ, ଗୋବିନ୍ଦପୁର ଦୁଳଦୁଲି ବାଜା, ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ମା ବାଉରୀବୁଢି ବାବା ଗୋକୁଳେଶ୍ୱର ଦଣ୍ଡ ଦଳ ଜାମୁପାଲି, କଳାକାର ମାନେ ଏକକ ଏବଂ ଦଳୀୟ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖର ବହୁ କଳାକାର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଏବଂ ସମସ୍ତ ଅତିଥି, ଗ୍ରାମବାସୀ ବୃନ୍ଦ ତଥା ଗ୍ରାମର ମହିଳା, ଯୁବଗୋଷ୍ଠୀ ଓ ଛୋଟ ପିଲାମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଉପଭୋଗ କରିଥିଲେ । ସେକ୍ସସନ ଅଫିସର ମାନସ ରଂଜନ ସେଠୀ, ସରପଂଚ ଶ୍ରୀଯୁକ୍ତ ରାଜେନ୍ଦ୍ର ମେହେର, ବି.ଡି.ଓ ଦେବୀ ପ୍ରସାଦ ଦାଶ, ବୌଦ୍ଧ ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ, ପଂଚାୟତର କର୍ମକର୍ତା ବୃନ୍ଦ, ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Comments (0)
Add Comment