ବୌଦ୍ଧ,୧୩/୧୧- ଆମ ବୌଦ୍ଧଜ଼ିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ ଗୋଟି ୫ ଟି ସ୍କୁଲ ମିଳିଥିଲା । ଯାହାକି ଧାର୍ଯ୍ୟ ସମୟ ଭିତରେ ସମ୍ପୂର୍ଣ୍ଣ ହୋଇଥିବାରୁ ଆସନ୍ତାକାଲି ୧୪ତାରିଖ (ରବିବାର ) ଦିନ ତାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବା ରାଜ୍ୟ ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ୩୨ ଗୋଟି ସ୍କୁଲକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଆସନ୍ତାକାଲି ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଉଦଘାଟନୀ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବାପାଇଁ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ସମସ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ଜ଼ିଲ୍ଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ, ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ, ବି. ଡ଼ି. ଓ, ବୌଦ୍ଧ ଦେବି ପ୍ରସାଦ ଦାଶ, ବି. ଡ଼ି. ଓ., ହରଭଙ୍ଗା ସ୍ମିତା ରଥ, ଉପଜ଼ିଲ୍ଲାପାଳ ସନତ ନାୟକ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, ଏ. ପି. ଡ଼ି. ସ୍କିମ ସନ୍ଧ୍ୟାରାଣୀ ମହାପାତ୍ର, ଏ. ପି. ଡି. ଟ୍ରେନିଂ ଅମ୍ରିତା ପ୍ରିୟଦର୍ଶିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।