ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ବାର୍‌ହା ଶିକାରୀ ମୃତ

ବୌଦ୍ଧ,୨୦/୧୧:-ବାରହା ଶିକାର କରିବା ପାଇଁ ବିଦ୍ୟୁତ ତାର ଓ ଅନ୍ୟ ସରଞ୍ଜାମ ବ୍ୟବହାର କରି ଜାଲ ବିଛାଇଥିବା ୨ ବାର୍‌ହା ଶିକାରୀ ନିଜ ଜାଲରେ ଛନ୍ଦି ହୋଇ ମୃତ୍ୟୁବରଣ କରିଛନ୍ତି । ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି ବୌଦ୍ଧ ବ୍ଲକ ବଘିଆପଡା ଫାଣ୍ଡି ଅନ୍ତର୍ଗତ ପିପଲମୁଣ୍ଡା ଜଙ୍ଗଲରେ । ମିଳିଥିବା ଖବରରୁ ପ୍ରକାଶ ଯେ ବୌଦ୍ଧ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତର କୁରକୁଜ ଗ୍ରାମର ବସ୍ତିଆନନ୍ଦ ଦେହୁରୀ ନାମକ ଜଣେ ଶିକାରୀ ଅନ୍ୟଜଣେ ଶିକାରୀ ରାମ୍ଭିକଟା ଗ୍ରାମର କଇରା ବାଘ ଗତକାଲି ରାତିରେ ନିକଟସ୍ଥ ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିଲେ । ଶିକାର ପାଇଁ ଜଙ୍ଗଲରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରରୁ ହୁକିଙ୍ଗ କରି ବାର୍‌ହା ପାଇଁ ଜାଲ ବିଛାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଆଜି ସକାଳୁ ଦୁଇଜଣଙ୍କ ମୃତଦେହ ଦେଖି ଗ୍ରାମବାସୀମାନେ ଦେଖି ବଘିଆପଡା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଁଚି ଶବ ଦୁଇଟିକୁ ଜବତ କରିଥିଲା । ତଦନ୍ତକାରୀ ଅଧିକାରୀ ସୁରେଶ କୁମାର ମଲ୍ଲିିକ ଘଟଣାର ଅନୁସନ୍ଧାନ କରୁଥିବା ବେଳେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି ।

Comments (0)
Add Comment