ରାଜ୍ୟରେ ପ୍ରତ୍ୟେକ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାଇବା ମହିଳା ଆୟୋଗଙ୍କ ମୂଳ ଦାୟିତ୍ୱ – ରାଜ୍ୟ ମହିଳା କମିଶନ

ବୌଦ୍ଧ,୨୩/୧୧- ସ୍ଥାନୀୟ ଟାଉନହଲଠାରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରା ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ଡଃ. ମିନତୀ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ, ସଦସ୍ୟା ସୁଶ୍ରୀ ସ୍ନେହାଞ୍ଜଳି ମହାନ୍ତି, ଜଲିନା ପ୍ରିୟଦର୍ଶିନୀ, ଅତିରିକ୍ତ ଏସପି ବିଜୟା ବରୁଆ ପ୍ରମୁଖ ଯୋଗଦେଇ ମହିଳାଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନଗତ ବ୍ୟବସ୍ଥା, ପାରିବାରିକ ହିଂସା,ଯୌତୁକ ନିରୋଧ ଆଇନ, ବାଲ୍ୟ ବିବାହ, ନାରୀ ନିର୍ଯ୍ୟାତନା, ଶିଶୁ ନିର୍ଯ୍ୟାତନା,ଏତାଲା ଦାଖଲ ସହିତ ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଆହ୍ୱାନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଲୋକକଳା ବିକାଶ କେନ୍ଦ୍ରର ସମ୍ପାଦିକା ପୁଷ୍ପିତା ପ୍ରଧାନ,ବୌଦ୍ଧ ଆଦର୍ଶଥାନା ଅଧିକାରୀ ସୁଶ୍ରୀ ତପସ୍ୱିନୀ କହଁର ସାଧନ କର୍ମୀ ଭାବରେ ଯୋଗଦେଇ ମହିଳାମାନଙ୍କ ସମସ୍ୟା ଓ ପୋଲିସ ଭୂମିକା ଉପରେ ଆଲୋକପାତ କରିଥିଲେ । କମିଶନର ଶ୍ରୀମତୀ ବେହେରା ଘରୋଇ ହିଂସା ଆଇନ ଓ ଯୌତୁକ ନିର୍ଯ୍ୟାତନା ଆଇନ ଉପରେ ଆଲୋକପାତ କରିଥିଲେ । ସୁଶ୍ରୀ ସ୍ନେହାଞ୍ଜଳୀ ମହାନ୍ତି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟସ୍ଥଳରେ ହେଉଥିବା ଯୌନଶୋଷଣ ଓ ପୋସ୍କୋ ଆଇନ ଉପରେ ଆଲୋଚନା କରିଥିଲେ । ସୁଶ୍ରୀ ଜଲିନା ପ୍ରିୟଦର୍ଶିନୀ ନିର୍ଯ୍ୟାତନାର କ୍ଷତିପୂରଣ ଓ ଅନୈତିକ ମଣିଷ ଚାଲାଣ ଆଇନ ଉପରେ ଅବଗତ କରାଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ସଂଯୋଜିତ କାର୍ଯ୍ୟକ୍ରମରେ ବୌଦ୍ଧବ୍ଲକ ସିଡିପିଓ ମିନତୀ ଦେଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ ସ୍ୱାଗତ ଭାଷଣ, କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଧନ୍ୟବାଦ ଅର୍ପଣ କରିଥିବାବେଳେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ ସମ୍ବର୍ଦ୍ଧନାପତ୍ର ପାଠ କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୋଭିଡ ଯୋଦ୍ଧା ଭାବରେ କାର୍ଯ୍ୟ କରିଥିବା ଆଶାକର୍ମୀ ପ୍ରତିମା ପ୍ରଧାନ ମୁଣ୍ଡିପଦର,ବୌଦ୍ଧ ଆଦର୍ଶଥାନା ଅଧିକାରୀ ତପସ୍ୱିନୀ କହଁର, ଅଙ୍ଗନୱାଡି କର୍ମୀ ସବିତା ସୁନ୍ଦରୀ ପ୍ରଧାନ ଡିମିରିଖୋଲ, ଡା.ଶୁଭଲକ୍ଷ୍ମୀ କିଷାନ ମେଡିକାଲ ଅଫିସର, ଘଣ୍ଟାପଡା ସ୍ୱାସ୍ଥ୍ୟ କେନ୍ଦ୍ର, ହରଭଙ୍ଗା ବ୍ଲକ ସାନବଙ୍କାପଡାର ଆସ୍ଥା ସ୍ୱୟଂସହାୟିକା ଗୋଷ୍ଠୀ, କଣ୍ଟାମାଳ ବ୍ଳକ କୁଲତାଜୋର ପଞ୍ଚାୟତର ସରପଞ୍ଚ ପଦ୍ମାବତୀ ରଣା, ସାମାଜିକ ପରାମର୍ଶଦାତ୍ରୀ ଭାବରେ ଲୋକକଳା ବିକାଶ କେନ୍ଦ୍ର ସରସରାର ସମ୍ପାଦିକ ପୁଷ୍ପିତା ପ୍ରଧାନ, ମହିଳା ଆଇନଜୀବୀ ଅଙ୍କିତା ଶତପଥୀ, ପ୍ରୋଟେକସନ ଅଧିକାରୀ ଶର୍ମିଷ୍ଠା ହୋତା, ସକ୍ଷୀ ସେଣ୍ଟର ପ୍ରଶାସିକା ତଥା ଆଇଜନଜୀବୀ ତଦାଶା ମାଝିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମମତା ଡିପିସି ଆଶିଷ ମହାନ୍ତି, ଡିିପିସି ମିଶନ ଶକ୍ତି ଦେବଦତ୍ତ ମିଶ୍ର, ଉପବିଭାଗ ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର, ଜିଲ୍ଲା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମିଶନ ଶକ୍ତି ସସ୍ମିତା ବେହେରା, ଜିଲ୍ଲା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୋମନାଥ ଥନାପତି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ, ଏସଆଇ ସାଗରୀକା ପ୍ରଧାନ, କଣ୍ଟାମାଳ ରେଞ୍ଜ ଅଧିକାରୀ କ୍ଷିରାବ୍ଧୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିିତ ଥିବାବେଳେ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା,ଅଙ୍ଗନୱାଡି କର୍ମୀ, ମହାବିଦ୍ୟାଳୟର ଛାତ୍ରୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ, ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀବୃନ୍ଦ, ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜର, ସ୍ୱଧାରଗୃହ ଏବଂ ୱାନଷ୍ଟପ ସେଣ୍ଟର ର ସମସ୍ତ କର୍ମଚାରୀ,ପୋଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମ ପରେ ମହିଳା କମିଶନ ଅଧ୍ୟକ୍ଷା ଓ ସଦସ୍ୟାମାନେ ବୌଦ୍ଧର ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିବାସହ ସଂଗୃହିତ ସାମଗ୍ରୀ ସବୁ ଦେଖି ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

Comments (0)
Add Comment