ମହନ୍ତ ଗିରିବର ଦାସ ଜୀ ମହାରାଜଙ୍କ ପରଲୋକ

ବୌଦ୍ଧ,୨୧/୧୨- ବୌଦ୍ଧବ୍ଲକ ଅନ୍ତର୍ଗତ ଡମ୍ବରୁଗାଡ ମଠରେ ରହୁଥିବା ମହନ୍ତ ଶ୍ରୀ ଶ୍ରୀ ଗିରିବର ଦାସ ଜୀ ମହାରାଜଙ୍କ ଆଜି ଭୋର୍‌ ସମୟରେ ପରଲୋକ ଘଟିଛି । ସେ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ସେବକମାନେ ସୋନପୁର ମେଡିକାଲକୁ ନେଇଯାଇଥିଲେ । ଡାକ୍ତର ପରୀକ୍ଷା କରିବାପରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିବା କହିଥିଲେ । ଏହି ଖବର ପ୍ରଚାର ହେବାପରେ ଭକ୍ତମାନେ ତାଙ୍କର ମଠରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି । ତାଙ୍କରି ମୃତ୍ୟୁରେ ଭକ୍ତଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment