ବୌଦ୍ଧ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ରାମକୃଷ୍ଣ ବାଳାଶ୍ରମ ପରିଦର୍ଶନ

ବୌଦ୍ଧ,୨୯/୧୨- ଆଜି ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା ବୀରନରସିଂହପୁରସ୍ଥିତ ରାମକୃଷ୍ଣ ବାଳାଶ୍ରମକୁ ତ୍ରୟୋମାସିକ ପରିଦର୍ଶନରେ ଯାଇଥିଲେ । ରାମକୃଷ୍ଣ ବାଳାଶ୍ରମର ସମସ୍ତ ରେକର୍ଡପତ୍ର ଯାଞ୍ଚକରିବାସହ ବାଳାଶ୍ରମର ଅନ୍ତେବାସୀମାନଙ୍କ ସହ ମିଶି ସେମାନଙ୍କୁ ପାଠପଢା, ସ୍ୱାସ୍ଥ୍ୟ ବିଷୟରେ ବୁଝିଥିଲେ । ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାସହିତ ଭଲ ପାଠପଢି ଭଲ ମଣିଷ ହେବାପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବାଳାଶ୍ରମର ଦଶମ ଶ୍ରେଣୀ ଛାତ୍ରୀ ପଦ୍ମିନୀ ମଲ୍ଲିକ ନିଜେ ସୁନ୍ଦର ଗୀତଟିଏ ଗାଇବା ସହ ନିଜ ହାତରେ ଅଙ୍କିଥିବା ଚିତ୍ର ଗୁଡିକୁ ଦେଖାଇଥଲେ । ଶ୍ରୀମତୀ ଦଳବେହେରା ପଦ୍ମିନୀକୁ ପ୍ରଶଂସା କରିଥିଲେ । ବାଲାଶ୍ରମରେ ଅନ୍ତେବାସୀ ଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟ ତାଲିକା ଦେଖିବା ସହ ରୋଷେଇ ଗୃହ, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ଭଣ୍ଡାର ଗୃହ, ଡର୍ମିଟରୀ, ଛାତ୍ରଛାତ୍ରୀଙ୍କ ଶୌଚାଳୟ ବୁଲି ଦେଖିଥିଲେ । ବାଳାଶ୍ରମ ରେ ୬୦ଜଣ ଅନ୍ତେବାସୀ ଥିଲେ ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିଲା । ଏହି ପରିଦର୍ଶନ ସମୟରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ, ସାମାଜିକ କର୍ମୀ ସହଦେବ ନାୟକ, ସମ୍ପାଦକ, ରାମକୃଷ୍ଣ ବାଳାଶ୍ରମ ନବୀନ ଚନ୍ଦ୍ର ବଘାର, ପରାମର୍ଶଦାତା ପ୍ରବୀଣ କୁମାର ହୋତା, ସୁପରିଟେଣ୍ଡେଣ୍ଟ ଜୟଶ୍ରୀ ସରାଫ, ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଏବଂ ବାଳାଶ୍ରମର କର୍ମଚାରୀମାନେ ଉପସ୍ଥିତ ଥିଲେ । ପରେପରେ ଅଧିକାରୀମାନେ ନୂତନ ଭାବେ ନିର୍ମିତ ହେଉଥିବା ବାଳ ସ୍ୱଧାର ଗୃହର ସ୍ୱତନ୍ତ୍ର ଗୃହ ଏବଂ ପର୍ଯ୍ୟବେକ୍ଷଣ ଗୃହ ବୁଲି ଦେଖିଥିଲେ । ବାଳାଶ୍ରମର ଛାତ୍ରଛାତ୍ରୀ ପାଠ ପଢିବା ସହିତ ଭଲ ଖେଳୁଥିବାରୁ ସେମାନଙ୍କୁ ଉତ୍ସାହିତ କରିଥିଲେ ।

Comments (0)
Add Comment