ବୌଦ୍ଧ: ପୌର ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ

ବୌଦ୍ଧ,୩/୩- ପୌର ନିର୍ବାଚନ ପାଇଁ ଗତକାଲି ଠାରୁ ଫର୍ମ ବିକ୍ରି ଆରମ୍ଭ ହୋଇଥିବାବେଳେ ଆଜି ଦ୍ୱିତୀୟ ଦିନରେ ୨ଟି ଫର୍ମ ବିକ୍ରି ହୋଇଛି ଓ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀ ହେଉଛନ୍ତି ଦେଶବନ୍ଧୁ ପଣ୍ଡା । ୨ଟି ଫର୍ମ ମଧ୍ୟରୁ ଗୋଟିଏ ଅଧ୍ୟକ୍ଷ ପଦପାଇଁ ଶାନ୍ତନୁ କୁମାର ମହାପାତ୍ର ଫର୍ମ କିଣିଥିବାବେଳେ ୱାର୍ଡ ନଂ-୨ର ୱାର୍ଡମେମ୍ବର ପଦବୀ ପାଇଁ ବିଶ୍ୱଜିତ କୁମାର ମିଶ୍ର ନୋମିନେସନ ଫର୍ମ କିଣିଛନ୍ତି । ସୁଚନାଯୋଗ୍ୟ ଯେ ଗତକାଲି ଫର୍ମ ବିକ୍ରିର ପ୍ରଥମଦିନରେ ୭ସେଟ୍‌ ନୋମିନେସନ ଫର୍ମ ବିକ୍ରି ହୋଇଥିଲା । ସେଥିରୁ ୨ସେଟ୍‌ ୱାର୍ଡମେମ୍ବର ପାଇଁ ଓ ୫ସେଟ୍‌ ଅଧ୍ୟକ୍ଷ ପଦବୀ ପାଇଁ ଫର୍ମ ବିକ୍ରି ହୋଇଥିଲା । ଅଧ୍ୟକ୍ଷ ପଦବୀ ପାଇଁ ଦେଶବନ୍ଧୁ ପଣ୍ଡା, ଷଷ୍ଠ କୁମାର ପୁରୋହିତ, ଗିରିଜା ଶଙ୍କର ପାଢୀ, ରୂପେଶ କୁମାର ମିଶ୍ର, ରଞ୍ଜିତ କୁମାର ପଟ୍ଟନାୟକ ଏବଂ ୱାର୍ଡମେମ୍ବର ପାଇଁ ଶୁଭେନ୍ଦୁ କୁମାର ଶତପଥୀ ଓ ସନ୍ତୋଷ କୁମାର ନାଏକ ନୋମିନେସନ ଫର୍ମ କିଣିଥିବା ଜଣାପଡିଛି ।

Comments (0)
Add Comment