ଭୈରବୀ ମନ୍ଦିର ପ୍ରତିଷ୍ଠା ପାଇଁ ମହାନଦୀରୁ କଳସ ଶୋଭାଯାତ୍ରା

ବୌଦ୍ଧ,୧୬/୪-ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସ ।ଦ ପଂଚାୟତ ଅନ୍ତର୍ଗତ ଗୁଢିଆଳି ଗ୍ରାମର ନବନିର୍ମିତ ହୋଇଥିବା ମା ଭୈରବୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଗୁଢିଆଳି ଓ ମଝିଆଁଘରା ଗାଁ ର ମହିଳା ଓ ଯୁବତୀମାନେ ସକାଳୁ ଶୌଚ ସ୍ନାନ କରି ସଫା ବସ୍ତ୍ର ପରିଧାନ କରି ମହାନଦୀର ଜଗତି ଘାଟରୁ ଗଙ୍ଗାମାତାଙ୍କୁ ପୂଜାର୍ଚ୍ଚନା ପରେ ଆବାହନ କରି କଳସୀରେ ଜଳପୂର୍ଣ୍ଣ କରି ସଂକୀର୍ତ୍ତନ ଦଳ ସହିତ ଏକ ଶୋଭାଯାତ୍ରାରେ ଜଗତି, ଚାରିଶମ୍ଭୁ, ନାରାୟଣନଗର, ଚଣ୍ଡିତଳ, ମଝିଆଁଘରା ଗ୍ରାମ ଦେଇ ପୂଜା ମଣ୍ଡପରେ ପହଁଚି କଳସ ସ୍ଥାପନ କରିଥିଲେ । ଏହି କଳସ ଶୋଭାଯାତ୍ରାରେ ଶତାଧିକ ମହିଳା ଓ ଯୁବତୀ ସାମିଲ ହୋଇଥିଲେ । ଏହାପରେ ୧୭ ତାରିଖରେ ହେବାକୁ ଥିବା ୨୪ ପ୍ରହର ନାମଯଜ୍ଞ ପାଇଁ ଅଧିବାସ କରାଯାଇ ବିଭିନ୍ନ ମଣ୍ଡପ ସ୍ଥାପନ ସହ ପୂଜା କରାଯାଇଥିଲା । ମୁଖ୍ୟ ଯଜ୍ଞ ମଣ୍ଡପରେ କର୍ତ୍ତାଭାବେ କ୍ଷିତିଶ ନାଏକ ତାଙ୍କ ଧର୍ମପତ୍ନୀ ମମତା ନାଏକ, ନାମ ମଣ୍ଡପରେ କର୍ତାଭାବେ କମ୍ଭୁ ନାଏକ-ଅମ୍ବିକା ନାଏକ, ଭୈରବୀ ମନ୍ଦିର ପୂଜକ ଭାବେ ନବୀନ ଗୁରୁ ,ବିଭିନ୍ନ ମଣ୍ଡପର ପୂଜକ ଭାବେ ସୁଶୀଳ କୁମାର ପାଣିଗ୍ରାହୀ, ପ୍ରଦୀପ ପାଢ଼ୀ, କୁମୁଦ ପାଣିଗ୍ରାହୀ, ଅଜିତ ପାଣିଗ୍ରାହୀ, କାକୁନ ହୋତା, ପ୍ରହଲ୍ଲାଦ ପୁରୋହିତ, ସୁଧାଂଶୁ ଶେଖର ପଣ୍ଡା କାର୍ଯ୍ୟ ତୁଲାଉଛନ୍ତି । ୧୭ ତାରିଖରେ ନାମାରମ୍ଭ, ଯଜ୍ଞ ।ରମ୍ଭ, ଧନ୍ୟ ।ଧିବାସ,୧୮ ତାରିଖରେ ମନ୍ଦିର ସ୍ନାନ ଓ ବିଗ୍ରହ ସ୍ନାନ,୧୯ ତାରିଖରେ ମନ୍ଦିର ଓ ବିଗ୍ରହ ନ୍ୟାସ,୨୦ ତାରିଖରେ ପୂର୍ଣ୍ଣାହୁତି ସହିତ ବିଗ୍ରହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ । ୫ ଦିନ ଧରି ହେଉଥିବା ଏହି ପ୍ରତିଷ୍ଠା ଉତ୍ସବକୁ ଗୁଢିଆଳି ଗ୍ରାମବାସୀ ସମେତ ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ ଓ ପୂର୍ବତନ ବୌଦ୍ଧ ବ୍ଳକ ଉପ ।ଧ୍ୟକ୍ଷ ମନରଞ୍ଜନ ପୁରୋହିତ ସହଯୋଗ କରୁଛନ୍ତି । ସୁଚନାଯୋଗ୍ୟ ଯେ ଜିଲ୍ଲାର ଦ୍ୱିତୀୟ ଭୈରବୀ ମନ୍ଦିର ଏହା ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏହାର ଉନ୍ନତି ପାଇଁ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments (0)
Add Comment