ବୌଦ୍ଧ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ପ୍ରେସମିଟ୍‌

ବୌଦ୍ଧ,୧୦/୯:- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆଜି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ପୌରହିତ୍ୟରେ ଏକ ଜରୁରୀ କାଳୀନ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୩ ତାରିଖ ବୁଧବାର ଦିନ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଣରେ ବ୍ୟାପକ ଅନିୟମିତତା, ଯୋଗ୍ୟ ହିତାଧିକାରୀ ଚୟନ ଓ ଅଯୋଗ୍ୟକୁ ଘର ଯୋଗାଣ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବୌଦ୍ଧ ପଞ୍ଚାୟତ ସମିତି ଆଗରେ ବିକ୍ଷୋଭ ଓ ଗଣଧାରଣା ଦିଆଯିବ ବୋଲି ସୂଚନା ଦିଆଯାଇଥିଲା । ବିଶେଷକରି ପଞ୍ଚାୟତିରାଜ ବିଭାଗୀୟ ମନ୍ତ୍ରୀଙ୍କ ଜିଲ୍ଲାରେ ସମସ୍ତ ବ୍ଲକରେ ବ୍ୟାପକ ଦୁର୍ନୀତି ଅଯୋଗ୍ୟ ହିତାଧିକାରୀଙ୍କୁ ଦୁଇରୁ ତିନୋଟି ପ୍ରଧାନମନ୍ତ୍ରୀ ଆବାସ ପକ୍କା ଘର ଅଯୋଗ୍ୟ ପରିବାରକୁ ଦେଇଛନ୍ତି । ଯାହାଫଳରେ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ହେବା ସଙ୍ଗେସଙ୍ଗେ ଦୀର୍ଘଦିନ ଭଙ୍ଗା ଜରି ପାଲ ଘରେ କାଳାତିପାତ କରୁଛନ୍ତି । ତେଣୁ ଏହାର ପ୍ରତିବାଦରେ ବୌଦ୍ଧ ବ୍ଲକ ସମ୍ମୁଖରେ ବିଜେପି ତରଫରୁ ଗଣଧାରଣା ଦିଆଯିବ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବାଘ, ମୁଖ୍ୟ ପ୍ରବକ୍ତା ପ୍ରେମାନନ୍ଦ ମିଶ୍ର ଓ ମନୋରଞ୍ଜନ ମିଶ୍ର ଉପସ୍ଥିତ ଥିଲେ ।

Comments (0)
Add Comment