ଗଣିଆରେ ‘ମୋ ସ୍କୁଲ ଅଭିଯାନ’ ଯୋଜନାର ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ

ଗଣିଆ,୫/୧୦- ଆଜି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ପହଁଞ୍ଚି ମୋସ୍କୁଲ ଅଭିଯାନର ସମୀକ୍ଷା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ । ମୋ ସ୍କୁଲ ଅଭିଯାନ ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା । ଏହା କେବଳ ଅର୍ଥର କଥା ନୁହେଁ , ଏହା ସହଭାଗିତାର କଥା । ପୁରାତନ ଛାତ୍ରଛାତ୍ରୀମାନେ ଏଥିରେ ସଂପୃକ୍ତ ହୋଇ ନିଜ ବିଦ୍ୟାଳୟର ଭିତିଭୂମିକୁ କିପରି ଅଭିବୃଦ୍ଧି କରିବେ, ଉନ୍ନତି ପାଇଁ ଯୋଜନା କରିବେ, ପିଲାମାନଙ୍କୁ କଣ ଶିକ୍ଷା ଦିଆଯିବ ସେ ସଂପର୍କରେ ଆଲୋଚନା କରିଥିଲେ । ସ୍କୁଲର ପବିତ୍ରତାକୁ ବଜାୟ ରଖିବା ସହିତ ଭଲ କାମ କରିବା ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ ମନ୍ତ୍ରୀ । ଗଣିଆ ଅଞ୍ଚଳର ଗର୍ବ ଓ ଗୌରବ ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ ସଶକ୍ତି କରଣ, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଡ. ଅରୁଣ କୁମାର ସାହୁ କହିଲେ ଯେ, ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପାଠ ପଢିବା ସହିତ କ୍ରୀଡା,ସଙ୍ଗୀତ ଓ ଅନ୍ୟାନ୍ୟ ଆତ୍ମିକ ଶିକ୍ଷା ତଥା ଗୁଣାତ୍ମକ ଶିକ୍ଷା,ବୌଦ୍ଧିକ ବିକାଶ, ମାର୍ଗ ଦର୍ଶନ, ଭିତିଭୂମିର ବିକାଶ ଏବଂ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ସକାଶେ ସହଯୋଗର ଆବଶ୍ୟକ ବୋଲି କହିଥିଲେ । ସ୍ମାର୍ଟ କ୍ଲାସ ରୁମ ଇ ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନଗାର ଆଦିର ନିର୍ମାଣ କାର୍ଯ୍ୟ ଚାଲୁରହିଥିବାରୁ ଉକ୍ତ କାଯ୍ୟକୁ ଦେଖିବା ପରେ ଖୁସିବ୍ୟକ୍ତ କରିବା ସହିତ ବିଦ୍ୟାଳୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଛାତ୍ରଛାତ୍ରୀମାନଙ୍କୁ ଠିକ ଭାବରେ ଶିକ୍ଷାଦାନ କରିବା ସହିତ ଉନ୍ନତ ମଣିଷ ଭାବେ ଗଢ଼ି ତୋଳିବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ବ୍ଲକ ଅଧକ୍ଷ ଶେଷଦେବ ସ୍ୱାଇଁ ,କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର , ଜିଲ୍ଲା ପରିଷଦସଭ୍ୟ ମହେଶ୍ୱର ମହାରଣା, ବ୍ଲକ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସରୋଜ କୁମାର ନାୟକ ,ବ୍ଲକ ଉପାଧକ୍ଷଙ୍କ ପ୍ରତିନିଧି ଦଣ୍ଡାଧାର ଦାଶ ,ପୂର୍ବତନ ଛାତ୍ର ତଥା ଗଣିଆ ଉନ୍ନୟନ କମିଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ଯୋଗଦେଇ ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ ସଂପର୍କରେ ନିଜର ମତାମତ ପ୍ରଦାନ କରିଥିଲେ । ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଉକ୍ତ ବିଦ୍ୟାଳୟର କ୍ଲାସ ରୁମ ପାଇଁ ୨୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଉକ୍ତ କାଯ୍ୟ ଖୁବ ଶୀଘ୍ର ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମେ ଦୁଇଟି କ୍ଲାସ ରୁମ ୯ ଲକ୍ଷ ୯୦ହଜାର ଟଙ୍କା ବ୍ୟୟରେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଉକ୍ତ କାଯ୍ୟକୁ ପ୍ରଶାସନିକ ଅଧିକାରୀ ନକରି ମୋ ସ୍କୁଲ କମିଟି କରିବା ପାଇଁ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ବିଦ୍ୟାଳୟର ଶିକ୍ଷକ ,ଶିକ୍ଷୟିତ୍ରୀ, ,ସ୍ୱେଚ୍ଛାସେବୀ ସଂଗଠକ,ଶିକ୍ଷାବିତ୍‌, ଅଭିଭାବକ, ଜନପ୍ରତିନିଧି ଓ ଗଣମାଧ୍ୟମର ପ୍ରତିନିଧି ଯୋଗଦାନ କରିଥିଲେ । ।

Comments (0)
Add Comment