ବୌଦ୍ଧ /ଜହ୍ନ ।ପଙ୍କ,୨୯/୧୧ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ ୧ ମ ମା ମାହେଶ୍ୱରୀ ମହିଳା ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଫୁଟବଲ ଆସୋସିଏସନର ସଂପାଦକ ଯୁଗଳ କିଶୋର ସାମଲ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଲମ୍ବୋଦର ପୁରୋହିତ, ସ୍ୱେଚ୍ଛାସେବୀ ସୁରମଣି ମିଶ୍ର, ଗୁଡୁ ରାଜ ଯୋଗଦେଇ ଖେଳାଳୀଙ୍କୁ ଉତ୍ସ ।ହିତ କରିଥିଲେ । ଖେଳ ପୂର୍ବରୁ ବରିଷ୍ଠ ସଭ୍ୟ ସ୍ୱାଧୀନ ପ୍ରଧାନଙ୍କ ଆକସ୍ମିକ ବିୟୋଗରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଏବଂ ଆଜିଠାରୁ ଏହି ପଡ଼ିଆରେ ଯେତିକି ଟୁର୍ଣ୍ଣାମେଣ୍ଟ ହେବ ସ୍ୱାଧୀନ ମେମୋରିଆଲ ନାମରେ ନାମିତ କରିବା ପାଇଁ କମିଟି ପକ୍ଷରୁ ଘୋଷଣା କରାଗଲା । ଆଜି ଫାଇନାଲ ମ୍ୟାଚ କଟକ ଓ ଦେବଗଡ଼ ମଧ୍ୟରେ ହୋଇଥିଲା । ଏଥିରେ କଟକର ପ୍ରିୟଦର୍ଶିନୀ ବେହେରା ୧-୦ ଗୋଲ ଦେଇ ଦଳକୁ ବିଜୟ ଦେଇ ଚା଼ମ୍ପିୟାନ କରାଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ସାମଲ ଓ ସମ୍ମାନିତ ଅତିଥି ଉପବିଜେତା ଦଳକୁ ଓ ଚା଼ମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଅମ୍ବରେଶ ପ୍ରଧାନ ମଂଚ ପରିଚାଳନା କରିଥିଲେ । ଗର୍ଗବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଖେଳକୁ ରେଫରୀ ତାପସ ଭୋକ୍ତା ପରିଚାଳନା କରିଥିବାବେଳେ ତାଙ୍କୁ ଲାଇନରେ ବେଦବ୍ୟାସ ବେହେରା, ଅମିତ ନାଏକ, ସହଯୋଗ କରିଥିଲେ । ଅମ୍ବରୀଶ ପ୍ରଧାନ ଚତୁର୍ଥ ରେଫରୀ ଦାୟିତ୍ୱ ତୁଲାଇଥିଲେ । ଟୁର୍ଣ୍ଣାମେଣ୍ଟକୁ ସଫଳ କରାଇବାରେ ମା ମାହେଶ୍ୱରୀ ଫୁଟବଲ ଆସୋସିଏସନ ବୁରକଟାର ପୁଷ୍ପରାଜ ପ୍ରଧାନ, ସମୀର ପ୍ରଧାନ, ସଲିଲ ପ୍ରଧାନ, ସୁଶାନ୍ତ ପ୍ରଧାନ,ସଚି କର୍ମୀ, କୈଳାସ ଅମାତ, ଅଜିତ ପ୍ରଧାନ, ପ୍ରୀତମ ଦେହୁରୀ, ଜ୍ଞାନ ପ୍ରଧାନ, ମହେଶ ଅମାତ, ଦୁଷ୍ମନ୍ତ ଭୋଇ ,ରବି ପଟ୍ଟନାୟକ ଏବଂ ବୁରକଟା ଗ୍ରାମବାସୀ ସହଯୋଗ କରିଥିଲେ ।