ବିଜେପି ବୌଦ୍ଧଜିଲ୍ଲା ତରଫରୁ ତୃତୀୟ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ,୧୦/୧୨- ବୌଦ୍ଧଜିଲ୍ଲା ବିଜେପିର ତୃତୀୟ କାର୍ଯ୍ୟକାରିଣୀ ବୈଠକ ସହ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ପ୍ରଥମେ ଦିବଙ୍ଗତ ଭାରତର ତିନିସେନାର ମୁଖ୍ୟ ସ୍ୱର୍ଗତ ବିପିନ ରାୱତ,ତାଙ୍କ ଧର୍ମପତ୍ନୀଙ୍କ ସହ ଅନ୍ୟ ୧୩ ଜଣ ଭାରତର ସୁଯୋଗ୍ୟ ସନ୍ତାନ ସେନାଅଧିକାରୀଙ୍କ ଅକାଳ ବିୟୋଗରେ ଜିଲ୍ଲା କାର୍ଯ୍ୟକାରିଣୀ ଗଭୀର ଶୋକ ପ୍ରକାଶ କରି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ରାଜନୈତିକ ଚିଠା ପ୍ରସ୍ତାବ ୧୨ ଗୋଟି ବିଷୟଗୁଡ଼ିକ ଉପରେ ଜିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ ଆଗତ କରିଥିଲେ ଓ ସୁଶାନ୍ତ ବାଘ ସମର୍ଥନ କରି ଅଭିଭାଷଣ ପ୍ରଦାନ କରିଥିଲେ । ସର୍ବସମ୍ମତି ପ୍ରକାରେ ନିମ୍ନଲିଖିତ ୧୨ ଗୋଟି ଚିଠା ଦାବୀ ଗୃହିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ୪ ଗୋଟି ସୂତ୍ରରେ ଜିଲ୍ଲାର କର୍ମକର୍ତ୍ତାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

ପ୍ରଶିକ୍ଷଣକୁ ନବୀନ ମହାପାତ୍ର, ଦେବାଶିଷ ପୁରୋହିତ, ମାନରଞ୍ଜନ ଦାସ , ବିପ୍ର ଚରଣ ମହାନ୍ତି ଭିନ୍ନଭିନ୍ନ ୪ ଗୋଟି ବିଷୟରେ ପ୍ରଦାନ କରିଥିଲେ । ଆସନ୍ତାକାଲି ପ୍ରଶିକ୍ଷଣ ଶିବିର ରେ ୪ ଗୋଟି ସୂତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଆଜିର କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ପ୍ରଧାନ, ସତ୍ୟାନନ୍ଦ ପାଣ୍ଡେ, ରାକେଶ ତ୍ରିପାଠୀ, ଶ୍ୟାମସୁନ୍ଦର ପୁରୋହିତ, ତାପସ କୁମାର ପଟ୍ଟନାୟକ, ସୁଶାନ୍ତ ବାଘ, ପ୍ରେମାନନ୍ଦ ମିଶ୍ର, ନବୀନ ମହାପାତ୍ର, ସୂର୍ଯ୍ୟନାରାୟଣ ମହାପାତ୍ର, ମାଗୁଣି ଗାଈଗୌରିଆ , ଶ୍ରୀମତି ନମିତାରାଣୀ ଦାଶ, ଶ୍ରୀମତି ସ୍ୱର୍ଣ୍ଣମୟୀ ପ୍ରଧାନ, ଶ୍ରୀମତୀ ମିନାରାଣୀ ମିଶ୍ର, ରବି ଦେଓ, ସମସ୍ତ ସଭାପତି, ସମସ୍ତ ମୋର୍ଚ୍ଚାସଭାପତି ସମସ୍ତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment