ଅତିରିକ୍ତ ଜିଲ୍ଲାପାଳଙ୍କ ରାମକୃଷ୍ଣବାଳାଶ୍ରମ ପରିଦର୍ଶନ

ବୌଦ୍ଧ,୧୨/୩- ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାକ୍ଷୀଗୋପାଳ ପ୍ରଧାନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରାହୁଲ ପ୍ରଧାନ ବୀରନରସିଂହପୁର ସ୍ଥିତ ରାମକୃଷ୍ଣବାଳାଶ୍ରମ ତ୍ରୟମାସିକ ପରିଦର୍ଶନରେ ଯାଇଥିଲେ । ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନୁଷ୍ଠାନର କର୍ମଚାରୀ ମାନଙ୍କ ସହିତ ଅନୁଷ୍ଠାନର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ଏହି ଅବସରରେ କର୍ମଚାରୀମାନେ ଅନୁଷ୍ଠାନରେ ଏକ କମ୍ପୁଟର ତାଲିମ କେନ୍ଦ୍ର ଏବଂ ଓଭର ହେଡ଼ ପାଣି ଟାଙ୍କି ସ୍ଥାପନର ବ୍ୟବସ୍ଥା କରିବାପାଇଁ ପ୍ରସ୍ତାବ ରଖିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ପ୍ୟାସେଜ ଲିଖନ ଦେଖି ଅତିରିକ୍ତ ଜିଲ୍ଲାପାଳ ଖୁସି ହୋଇଯାଇଥିଲେ । ପରେ ପରେ ଝିଅ ମାନଙ୍କ କୋଠରୀକୁ ଯାଇ ଝିଅ ପିଲାମାନଙ୍କ ସହିତ ତାଙ୍କର ପାଠପଢା ବିଷୟରେ ଆଲୋଚନା କରିଥିଲେ । ଶିଶୁମାନଙ୍କୁ ବଡ଼ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନୁଷ୍ଠାନର ଗୌରବକୁ ବଢାଇବା ପାଇଁ କହିଥିଲେ । ଏହାପରେ କେଲାକଟାରେ ଅବସ୍ଥିତ ଅବଜରଭେସନ ହୋମକୁ ପରିଦର୍ଶନରେ ଯାଇ ବାକି ରହିଥିବା କାର୍ଯ୍ୟଗୁଡିକୁ ତଦାରଖ କରିଥିଲେ । ଏହି ପରିଦର୍ଶନରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ, ଆଶ୍ରମର ସମ୍ପାଦକ ନବୀନ ଚନ୍ଦ୍ର ବଘାର ଏବଂ ଆଶ୍ରମର ଅନ୍ୟ ଷ୍ଟାଫ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Comments (0)
Add Comment