ବୌଦ୍ଧ,୯/୫:- ବୌଦ୍ଧ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଲାଣ୍ଡିବନ୍ଧ ସମ୍ମିଳନୀ କକ୍ଷରେ ପଞ୍ଚଦିବସୀୟ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରଶିକ୍ଷଣ ଶିବିରର ଉଦଯାପନୀ ସଭା ପ୍ରତିଷ୍ଠାନର ଅଧ୍ୟକ୍ଷ ବୃନ୍ଦାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ଅତିଥି ଭାବରେ ଯୋଗଦେଇ ସମସ୍ତ ସିଆରସିସି ଆଗ୍ରହର ସହିତ ପ୍ରଯୁକ୍ତିବିଦ୍ୟା କୌଶଳ ହାସଲ କରିବାସହିତ ତାହା କାର୍ଯ୍ୟରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକ ପ୍ରଶିକ୍ଷିକା ଶର୍ମିଷ୍ଠା ଗଡ଼ନାୟକ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା, ହରଭଙ୍ଗା ବ୍ଲକର ଲୁଣିବାହାଲ ସିଆରସିସି ସତ୍ୟ ନାରାୟଣ ନାଏକ, କଣ୍ଟାମାଳ ବ୍ଲକ ମନମୁଣ୍ଡା ସିଆରସିସି ପ୍ରଜିଣା ପାଢ଼ୀ ଓ ବୌଦ୍ଧ ବ୍ଲକ ତେଲିବନ୍ଧ ସିଆରସିସି ରାଜକୁମାର ପ୍ରଧାନ ନିଜନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ । ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ପ୍ରଶିକ୍ଷଣରେ କମ୍ପ୍ୟୁଟର ସମ୍ବନ୍ଧୀୟ ପ୍ରାରମ୍ଭିକ ଧାରଣା, ମାଇକ୍ରୋସପ୍ଟ ୱାର୍ଡ, ଏକସେଲ, ପାୱାରପଏଣ୍ଟ, ଗୁଗୁଲସିଟ ଓ ଜାମବୋର୍ଡ ଉପରେ ଆଲୋଚନା କରିବାସହିତ ପ୍ରତ୍ୟକ୍ଷ କମ୍ପ୍ୟୁଟର ପ୍ରଶିକ୍ଷଣ ଦିଆଯାଇଥିଲା । ଜିଲ୍ଲାର ସମସ୍ତ ସିଆରସିସି, ଗୋଷ୍ଠୀ ଶିକ୍ଷାଅଧିକାରୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଉକ୍ତ ତାଲିମରେ ଅଂଶଗ୍ରହଣ କରିଥିଲେ । ପ୍ରଶିକ୍ଷକ ଭାବେ ସୂର୍ଯ୍ୟନାରାୟଣ ପଟ୍ଟନାୟକ, ବାଳଗୋପାଲ ସ୍ୱାଇଁ, ଛନ୍ଦାରଣୀ ପ୍ରଧାନ, ଓ ଶଙ୍କର ମେହେର ପ୍ରଶିକ୍ଷଣ ଦେଇଥିଲେ । ଶିକ୍ଷକ ପ୍ରଶିକ୍ଷକ ଅଭିମନ୍ୟୁ ସେଠୀ ଧନ୍ୟବାଦ ଦେଇଥିଲେ । ଶିକ୍ଷକ ପ୍ରଶିକ୍ଷକ ଅନୁପମା ମେହେର ଓ ଶୁଭଲକ୍ଷ୍ମୀ ପରିଡା ସହଯୋଗ କରିଥିଲେ ।