ବୌଦ୍ଧ: ଜିଲ୍ଲାରୁ ୩୫ ସଂକ୍ରମିତ ଚିହ୍ନଟ, ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତରୁ ସର୍ବାଧିକ ୧୭ ଚିହ୍ନଟ

ବୌଦ୍ଧ,୧/୭- ଆଜି ଜିଲ୍ଲାରୁ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ଜଣେ, ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ ଚାରିଛକରୁ ୧୭ଜଣ, ବୀରନରସିଂପୁର ପଞ୍ଚାୟତ ମହୁଲବୁରିରୁ ୯ଜଣ, ସାଂପୋଚ ପଞ୍ଚାୟତ ରାମ୍ଭୀକଟା ଗ୍ରାମରୁ ଜଣେ, ଧଳପୁର ପଞ୍ଚାୟତ ଖରସଙ୍କୁଲେଇ ଗ୍ରାମରୁ ଜଣେ, ପୁରୁଣାକଟକ ପଞ୍ଚାୟତ ପୁରୁଣାକଟକ ଗ୍ରାମରୁ ଜଣେ, ଲୁଣିବାହାଲ ପଞ୍ଚାୟତ ଯୁବରାଜପୁର ଗ୍ରାମରୁ ଜଣେ, କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଜୁନାନୀ ଗ୍ରାମରୁ ୨ଜଣ, ଘଣ୍ଟାପଡା ପଞ୍ଚାୟତ ତାଳବେଡା ଗ୍ରାମରୁ ଜଣେ ଓ ବୌଦ୍ଧ ସହରାଞ୍ଚଳ ରେଭିନ୍ୟୁ କଲୋନୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨୨୩୧ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୧୮୬୮ ଜଣ ସୁସ୍ଥ ହୋଇଥିବାବେଳେ ୨୮୦ ଜଣ ଚିକିତ୍ସାଧୀନ ରହିଛନ୍ତି । ମୋଟ ୮୩ଜଣ ମୃତ୍ୟୁବରଣ କରିଛନ୍ତି ।

Comments (0)
Add Comment