ବୌଦ୍ଧ,୨୬/୭- ପ୍ରାୟ ୩ମାସପରେ ଗତକାଲି ବୌଦ୍ଧଜିଲ୍ଲା କରୋନା ପଜିଟିଭ ରିପୋର୍ଟ ସଂକ୍ରମଣ ଶୂନ ରହିଥିବାବେଳେ ଆଜି ୯ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ବଘିଆପଡା ପଞ୍ଚାୟତ ପାଲଝାର ଅଞ୍ଚଳରୁ ୨ଜଣ, କସୁରବନ୍ଧ ପଞ୍ଚାୟତ କସୁବନ୍ଧ ଅଞ୍ଚଳରୁ ଜଣେ, ରକ୍ସା ପଞ୍ଚାୟତ ଦହ୍ୟାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଣ୍ଟମାଳ ବ୍ଲକ ବରଗାଁ ପଞ୍ଚାୟତ ଲୋଇସିଂହା ଗ୍ରାମରୁ ଜଣେ, ବରଗୋଚ୍ଛା ପଞ୍ଚାୟତ ଲୁଣାପଙ୍ଗା ଗ୍ରାମରୁ ଜଣେ, ଘିକୁଣ୍ଡି ପଞ୍ଚାୟତ କଲରାଝୁଲି ଗ୍ରାମରୁ ଜଣେ, କଣ୍ଟାମାଳ ପଞ୍ଚାୟତ କଣ୍ଟାମାଳ ଗ୍ରାମରୁ ଜଣେ, ମନମୁଣ୍ଡା ପଞ୍ଚାୟତ ଦେଉଳି ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ସହରାଞ୍ଚଳ ଓ ହରଭଙ୍ଗା ବ୍ଲକରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ । ୧୨୪୮୪ ପଜିଟିଭ ଚିହ୍ନଟ ହୋଇଥିବା ସେଥିମଧ୍ୟରୁ ୧୨୨୯୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୯୦ଜଣ ଚିକିତ୍ସାଧୀନଥିବା ଓ ୯୫ ଜଣଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।