ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବ ବୌଦ୍ଧଜିଲ୍ଲା ପ୍ରଶାସନ !

ବୌଦ୍ଧ,୭/୮- ବହୁଚର୍ଚ୍ଚିତ ଖମଣମୁଣ୍ଡା ଗ୍ରାମ ପଂଚାୟତ ଶିଆଳଝୁଲି ଗ୍ରାମର ଯୁବ ବିଜେପି ନେତା ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ବୌଦ୍ଧ ଜିଲ୍ଲାପାଳ ଓ ଏସ.ପି. ସମ୍ମତି ଦେଇଥିବା ଜିଲ୍ଲା ବିଜେପି ସୂଚନା ଦେଇଛି । ଆଜି ବୌଦ୍ଧ ଏସ.ପି.ଙ୍କ କାର୍ଯ୍ୟାଳୟ ସାମ୍ନାରେ ଅନିର୍ଦ୍ଦିିଷ୍ଟ କାଳ ଧାରଣାରେ ବସିଥିବା ବିଜେପିର ନେତାମାନଙ୍କ ସହ ଏକ ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏସ.ପି. ରାଜ୍ୟ ସରକାରଙ୍କୁ ସୁପାରିଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଫଳରେ କଣ୍ଟାମାଳ ଥାନା ଓ ବୌଦ୍ଧ ଏସ.ପି. ଅଫିସ୍‌ ଆଗରେ ଆରମ୍ଭ ହୋଇଥିବା ଅନିର୍ଦ୍ଦିିଷ୍ଟ କାଳ ଧାରଣା ପ୍ରତ୍ୟାହୃତ ହୋଇଛି । ସୂଚନାଥାଉକି ମୃତ ଲୋକନାଥ ପ୍ରଧାନଙ୍କ ପିତା ଜଗଦୀଶ ପ୍ରଧାନ ଓ ପତ୍ନୀ ରୋହିଣୀ ପ୍ରଧାନଙ୍କ ଅଭିଯୋଗ ଆଧାରରେ ମାମଲାର ତଦନ୍ତ କରାଯିବା ଓ ବୌଦ୍ଧ ପୋଲିସ ବଦଳରେ କ୍ରାଇମବ୍ରାଂଚ କିମ୍ବା ସିବିଆଇ ଦ୍ୱାରା ତଦନ୍ତ କରାଯିବାକୁ ବିଜେପି ଦାବି କରିଥିଲା ।

Comments (0)
Add Comment