ବୌଦ୍ଧ,୫/୨ – କଣ୍ଟାମାଳ ବ୍ଲକ ସାନ ମନମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଥିବା ଜୟ ବାବା କଙ୍କାଳୀ ବୁଢା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ଦୋହେଲୋ ଓ ସାନ ମନମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୩ ଫର୍ମାଟ ବିଶିଷ୍ଟ ଫାଇନାଲ ମ୍ୟାଚରେ ସାନ ମନମୁଣ୍ଡା କ୍ରିକେଟ ଟିମ୍ ବିଜୟୀ ହୋଇ ଚାମ୍ପିଆନ ଟ୍ରଫି ସହ ୭ ହଜାର ଟଙ୍କା ଓ ରନର୍ସ ଟିମ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଫାଇନାଲ ମ୍ୟାଚରେ ସାନ ମନମୁଣ୍ଡା ଦଳର ପ୍ରଶାନ୍ତ ବିଶ୍ୱାଳ ମେନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବାବେଳେ ମେନ ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବେ ଦୋହେଲୋ ଦଳର ଶଙ୍କର ଶେଖର ଦାସ ଘୋଷିତ ହୋଇଥିଲେ । ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୁବନେତା ଓମ ପ୍ରକାଶ ମିଶ୍ର, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଶିବ କମ୍ପ, ସୁରେନ୍ଦ୍ର ମିଶ୍ର, ଦୁର୍ଗା ପ୍ରସାଦ ତ୍ରିପାଠୀ, ଉଦ୍ଧବ ମହାଲିକ, ସଦାନନ୍ଦ ସାହୁ, ଅଭିମନ୍ୟୁ ନାଏକ, ଉମାକାନ୍ତ ସାହୁ ଯୋଗ ଦେଇଥିଲେ । ସ୍କୋରର ଭୂମିକା ନିର୍ବାହ କରିଥିଲେ ମହେନ୍ଦ୍ର ମହାଲିକ । ସୁବ୍ରତ ପ୍ରଧାନ ଓ ରାଜେନ୍ଦ୍ର ବଗର୍ତ୍ତୀ ମ୍ୟାଚ ପରିଚାଳନା କରିଥିଲେ ।