ପଲସାଗୋରା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଭୁପେନ୍ଦ୍ର ବସ୍ତିଆଙ୍କ ପରଲୋକ

ବୌଦ୍ଧ,୨୯/୫ : କଣ୍ଟାମାଳବ୍ଲକ ପଲସାଗୋରା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଭୁପେନ୍ଦ୍ର ବସ୍ତିଆଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ବର୍ଷ ବୟସ ହୋଇଥିଲା । କିଛିଦିନ ହେବ ସେ ଜ୍ୱରରେ ପୀଡିତ ଥିଲେ ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଗତକାଲି ରାତି ୧୨ଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ୪ ଦିନ ପୂର୍ବରୁ ତାଙ୍କ ମାଆଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ମୃତ ଭୁପେନ୍ଦ୍ରଙ୍କର ଅନ୍ତିମ ସଂସ୍କାର ନିଜ ଗାଁ ଖଟଖଟିଆ ଠାରେ କରାଯାଇଛି । ଜଣେ ଅତ୍ୟନ୍ତ ମେଳାପୀ, ଶାନ୍ତଶିଷ୍ଟ, ଅମାୟିକ ବ୍ୟକ୍ତିତ୍ୱ ଥିଲେ । ଶିକ୍ଷକତା ସଙ୍ଗେ ସଙ୍ଗେ ସଙ୍ଗୀତଜ୍ଞ ଭାବରେ ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ । ସେ ବିଭିନ୍ନ ନାଟକ ଓ ସଙ୍ଗୀତରେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ଖବର ଶୁଣିବା ପରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Comments (0)
Add Comment