ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ ପ୍ରସଙ୍ଗ, ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ରେଳ ଅଧିକାରୀ

ବୌଦ୍ଧ,୧୭/୩: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମର ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ବିରୋଧକରି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାପରେ ଗୁରୁବାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ରେଳ ବିଭାଜର ଡେପୁଟି ଚିପ୍‌ ଇଞ୍ଜିନିୟର ଆର. କେ. ମହାନ୍ତ,ି ପୁର୍ବତନ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର ପ୍ରମୁଖ ନିର୍ମାଣ ସ୍ଥାନ ପରିଦର୍ଶନ କରି ଗ୍ରାମବାସୀ କରିଥିବା ଅଭିଯୋଗର ସ୍ଥିତି ପରଖିଥିଲେ । ପରେ ପୋଖରିକୁ ନଷ୍ଟ ନକରି ତାଉପରେ ଏକ ପୋଲ ନିର୍ମାଣ କରି ରେଳ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାସହ ଅଭିଯୋଗକାରୀଙ୍କୁ ତାଙ୍କ ଦାବି ଅନୁଯାଇ ଯଥାଶିଘ୍ର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାନେଇ ପ୍ରତିଶୃତି ଦେଇଥିଲେ । ଏଠାରେ ସୁଚନାଯୋଗ୍ୟଯେ ଖୋର୍ଦ୍ଧା-ବଲାଙ୍ଗିର ରେଳରାସ୍ତା ବିରାମଚନ୍ଦ୍ରପୁର ଗ୍ରାମର ଏକ ପୋଖରୀ ପୋତି ନିର୍ମାଣ କରିବାର ଯୋଜନାକୁ ଗ୍ରାମବାସୀ ବିରୋଧ କରିଥିଲେ ।

Comments (0)
Add Comment