ଶ୍ରାବଣ ଦ୍ୱିତୀୟ ସୋମବାର, ଶୈବପୀଠ ଖାଁ ଖାଁ

ବୌଦ୍ଧ/ଜହ୍ନାପଙ୍କ,୨/୮- ଜୁଲାଇ ପହିଲାରୁ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ଧର୍ମାନୁଷ୍ଠାନକୁ ଯିବାକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମତି ଦେଇଛନ୍ତି କିନ୍ତୁ କୋଭିଡ ଗାଇଡ଼ଲାଇନ ମଧ୍ୟରେ । ହେଲେ ମଧ୍ୟ ଲୋକଙ୍କ ଭୟ ମନରୁ ଯାଇନାହିଁ ବା ଲୋକ ସଚେତନ ଅଛନ୍ତି । ଆଜି ଶ୍ର ।ବଣ ମାସ ଦ୍ୱିତୀୟ ସୋମବାର ଥିଲା । ଅଞ୍ଚଳର ପ୍ରମୁଖ ଶୈବ ପୀଠ ଚାରିଶମ୍ଭୁରେ ମଧ୍ୟ କୋରନା ପ୍ରଭାବ ଦେଖିବାକୁ ମିଳିଥିଲା । ବଡି ଭୋରରୁ ପୂଜକ ନୀତିକାନ୍ତି ସାରି ମନ୍ଦିର ଦ୍ୱାର ଖୋଲିଥିଲେ ଶ୍ରାବଣୀଙ୍କ ପାଇଁ । ହେଲେ ଯେଉଁମାସରେ ଜଳଲାଗି ପାଇଁ ଭକ୍ତଙ୍କୁ ଲମ୍ବା ଲାଇନରେ ଠିଆ ହେବାକୁ ପଡିଥାଏ ଆଜି କିନ୍ତୁ ହାତ ଗଣତି କାଉଡ଼ିଆଙ୍କୁ ଦେଖିବାକୁ ମିଳିଥିଲା । ତାହାପୁଣି କରୋନା କଟକଣା ମଧ୍ୟରେ । ସକାଳ ୧୦ ଟାପରେ ମନ୍ଦିର ପରିସର ପୁରା ଶୁନଶାନ ହୋଇପଡିଥିଲା । ସତେଯେପରି ପ୍ରଶାସନ ପକ୍ଷରୁ ୧୪୪ ଧାରା ଲଗାଯାଇଛି । ଏ ସମ୍ପର୍କରେ ନୀଳମାଧବ ପୂଜକ ସୁଶୀଳ ପାଣିଗ୍ରାହୀଙ୍କ ମତାମତ ନେବାରୁ ବର୍ଷେହେଲା ମନ୍ଦିରକୁ ଭକ୍ତଙ୍କ ବାରଣ ଯୋଗୁଁ ଆମ ବ୍ୟବସାୟ ପୁରା ମାନ୍ଦା । ସରକାର ବିଭିନ୍ନ ବର୍ଗର ଲୋକଙ୍କୁ କରୋନା ସହାୟତା ଯୋଗାଇଦେଉଥିବା ବେଳେ ପୂଜକମାନଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ପୂଜକ ମାନଙ୍କ ମଙ୍ଗଳ ହୁଅନ୍ତା ।

Comments (0)
Add Comment