କଂଗ୍ରେସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ବୌଦ୍ଧ,୧୫/୨ – ପେଟ୍ରୋଲ୍‌, ଡିଜେଲ ଓ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନକ୍ରମେ ଆଜି କଂଗ୍ରେସ କର୍ମୀ ମାନଙ୍କ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୬ ଘଣ୍ଟିଆ ବନ୍ଦ ପାଳନ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ବୌଦ୍ଧ ଏନଏସି ଛକ ଓ ବ୍ରିଜ ଛକ ନିକଟରେ କଂଗ୍ରେସ କର୍ମୀ ଯାନବାହାନ ଚଳାଚଳ ବନ୍ଦ କରିଥିଲେ । ସହରର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଆଗରେ ପିକେଟିଂ କରାଯାଇ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ଜିଲ୍ଲାର ମନମୁଣ୍ଡା ଠାରେ ଆଇ. ଏନ.ଟି. ୟୂ. ସି. ସଭାପତି ସରୋଜ କୁମାର ପ୍ରଧାନ ଓ କିଶାନ ସେଲ୍‌ ସଭାପତି ରଘୁନାଥ ପଲିଆଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ କରିଥିଲେ । ବାଉଁଶୁଣୀ ଠାରେ ବୌଦ୍ଧ ବ୍ଲକ୍‌ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଥିଲା । କଣ୍ଟାମାଳ ଠାରେ କଂଗ୍ରେସ ନେତା ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ କର୍ମୀମାନେ ବନ୍ଦ ପାଳନରେ ସାମିଲ୍‌ ହୋଇଥିଲେ । ସେହିପରି ଜିଲ୍ଲାର ଚାରିଛକ, ପୁରୁଣା କଟକ ଆଦି ଅଂଚଳରେ ମଧ୍ୟ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ କରିଥିଲେ । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ବନ୍ଦ ପାଳନରେ ବରିଷ୍ଠ କଂଗ୍ରେସ ନେତା ସୁଧୀର କୁମାର କର୍ଣ୍ଣ, ନାରାୟଣ ପ୍ରସାଦ ପରିଜା, ବିଶ୍ୱଜିତ ମିଶ୍ର, ତାରିଣୀ ଜେନା, ଚିତ୍ତରଞ୍ଜନ ବେହେରା, ପ୍ରଦୀପ ଦାସ, ଶିବ ବେହେରା, ବୁଲୁ ଦେଓ, ଉଦୟନାଥ ଶର୍ମା, ଅରୁଣ ପୁରୋହିତ, ପବିତ୍ର କର୍ମୀ, ପୂର୍ଣ୍ଣଚନ୍ଦ୍ର ଥପା, ଉଚ୍ଛେଇ ବାରିକ, ପୌଲସ୍ତୀ ପ୍ରଧାନ ପ୍ରମୁଖ କର୍ମୀମାନେ ବନ୍ଦ ପାଳନରେ ସାମିଲ୍‌ ହୋଇଛନ୍ତି ।

Comments (0)
Add Comment