ବୌଦ୍ଧ,୧୩/୧- ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତର ନିଲମ୍ବିତ ନିର୍ବାଚିତ ସରପଞ୍ଚ ମିତ୍ରଭାନୁ ପ୍ରଧାନଙ୍କୁ ସରକାର ପୁନଃ ଅବସ୍ଥାପିତ କରିଥିବା ଜଣାପଡିଛି । ଆଜି ସରପଞ୍ଚ ଭାବେ ସେ ପୁନର୍ବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗ୍ରାମ ପଞ୍ଚାୟତ ଆଇନ ୧୯୬୪ର ଧାରା ୧୧୫ (ଆଇ) ଅନୁଯାୟୀ ବିଭାଗୀୟ ପତ୍ରସଂଖ୍ୟା ୧୫୯୦୦ ତା ୧୩. ୯. ୨୦୧୯ରେ ନିଲମ୍ବିତ କରାଯାଇଥିଲା । ବର୍ତ୍ତମାନ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଅତିରିକ୍ତ ସଚିବଙ୍କ ପତ୍ରସଂଖ୍ୟା ୨୦୮୮୬ ତା ୩୦. ୧୨. ୨୦ ପ୍ରକାରେ ବୌଦ୍ଧ ଜିଲ୍ଲାପାଳ ତାଙ୍କର ଆଦେଶସଂଖ୍ୟା ୦୯ ତା ୭. ୧. ୨୦୨୧ ରେ ନିଲମ୍ବନ ଉଠାଇ ପୁନଃ ଅବସ୍ଥାପିତ କରିଥିବା ସୁଚନା ମିଳିଛି । ଆଜି ଶ୍ରୀ ପ୍ରଧାନ ତାଙ୍କର ସମର୍ଥକ ମାନଙ୍କ ସହିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି ।