ବୌଦ୍ଧ/ଜହ୍ନାପଙ୍କ,୧୨/୭: ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗରସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ, ଜହ୍ନାପଙ୍କ ଶାଖା ପରିଚାଳକଙ୍କ ମନମୁଖୀ, ଗ୍ରାହକଙ୍କୁ ଅଯଥା ହଇରାଣ ଓ ଦୁର୍ବ୍ୟବହାର ପାଇଁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା । ଏହି ଅସନ୍ତୋଷ ଉଗ୍ରରୂପ ନେଇ ଜାନୁଆରୀ ୨୦ ତାରିଖରେ ଗ୍ରାହକମାନେ ବ୍ୟାଙ୍କ ଫାଟକରେ ତାଲା ପକାଇ ଶାଖା ପରିଚାଳକଙ୍କ ବଦଳି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣା ସ୍ଥଳରେ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ପହଞ୍ଚି ଆପୋଷିକ ସମାଧାନ କରିଥିଲେ । ପୂର୍ବରୁ ଶାଖା ପରିଚାଳକଙ୍କ ବଦଳିପାଇଁ ସିଜିଏମ ଭୁବନେଶ୍ୱର, ଡିଜିଏମ ବ୍ରହ୍ମପୁର ଓ ଆର ଏମ୍ ଫୁଲବାଣୀଙ୍କୁ ଲିଖିତ ଅଭିଯୋଗ କରି ଜଣାଇଥିଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନନେବାରୁ ଉତ୍ୟକ୍ତ ଗ୍ରାହକ ତାଲା ପକାଇବାକୁ ବାଧ୍ୟ ହୋଇଥିଲେ । ଆର ଏମ୍ ମାର୍ଚ୍ଚ ପରେ ବଦଳି କରାଯିବାର ନିର୍ଭର ପ୍ରତିଶ୍ରୁତି ଦେବାରୁ ବ୍ୟାଙ୍କରୁ ତାଲା ଖୋଲିଥିଲେ । ତେବେ ସିଜିଏମଙ୍କ ଚିଠି ଅନୁସାରେ ଏଠାରେ କାର୍ଯ୍ୟରତ ଶାଖା ପରିଚାଳକ ଓମ ପ୍ରକାଶ ରାମଙ୍କୁ ନବରଙ୍ଗପୁରକୁ ବଦଳି ହୋଇଥିବା ବେଳେ ଏଠାକୁ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ର ଶାଖା ପରିଚାଳକ ଯୋଗଦେବେ ବୋଲି ଜଣାପଡିଛି ।