ବୌଦ୍ଧ,୨୨/୪- ବହୁ ସଂଖ୍ୟାରେ କରୋନା ପଜିଟିଭ ମାମଲା ଆସିବା ପରେ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଏନ.ଏ.ସି. ର ବିଭିନ୍ନ ୱାର୍ଡର ୬ଟି ସାହି ସମେତ ବଢିଗାଁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବଢିଗାଁ ଗ୍ରାମ ସମେତ ବୌଦ୍ଧ ସହରାଞ୍ଚଳର ବୁଟୁପାଲି, ନୂଆସାହି, ବାବୁସାହି, ବଗିଚାସାହି, ସୁଦସାହି ଓ ରାମେଶ୍ୱର ବିହାର ଅଂଚଳର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଥିବା ଜଣାପଡିଛି । ଏହି କଣ୍ଟେନମେଣ୍ଟ ଜୋନ ଆଜିଠାରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ବାହାର ଲୋକଙ୍କ ପ୍ରବେଶ ଓ ଜୋନ ମଧ୍ୟସ୍ଥ ଲୋକଙ୍କୁ ବାହାରକୁ ବାହାରିବା ଉପରେ ପ୍ରଶାସନ କଟକଣା ଜାରି କରିଛି ।