ବୌଦ୍ଧ,୨/୬- ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସହକାରୀ ବ୍ରାଞ୍ଚ ମେନେଜର୍ ଗିରିଶ ନାୟକ(୫୯)ଙ୍କ ଆଜି ସକାଳେ ଭୁବନେଶ୍ୱରସ୍ଥିତ କିମସ ହସପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ସେ ସାରା ଜୀବନ ଅବିବାହିତ ରହିଥିଲେ । ତାଙ୍କର ବିୟୋଗରେ ବ୍ୟାଙ୍କର ସମସ୍ତ କର୍ମଚାରୀ ଓ ନିଜ ଘର ମନମୁଣ୍ଡା ( ବାସୁଦେବପାଲି ) ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।