ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୃଷକଙ୍କ ଧାରଣା

ବୌଦ୍ଧ,୧୪/୧୨ – କେନ୍ଦ୍ରସରକାରଙ୍କ କୃଷକ ବିରୋଧି ତିନିଗୋଟି ବିଲ୍‌କୁ ପ୍ରତ୍ୟାହାର ଦାବିରେ ସାରା ଭାରତରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନବ ନିର୍ମାଣ କୃଷକ ସଂଗଠନ, ବୌଦ୍ଧ ତରଫରୁ ଧାରଣା ଦିଆଯାଇଥିଲା । ଉକ୍ତ ସର୍ବ ଭାରତୀୟ କୃଷକ ଧାରଣାକୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର ସମର୍ଥନ କରିଥିଲେ । ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏ କାର୍ଯ୍ୟକ୍ରମରେ ନବ ନିର୍ମାଣ କୃଷକ ସଂଗଠନର ସଭାପତି ନରେନ୍ଦ୍ର କୁମାର ସାହୁ ନେତୃତ୍ୱ ନେଇଥିଲେ ।

Comments (0)
Add Comment