୫ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିଛି ପ୍ରସୂତୀ ଗୃହ

ବୌଦ୍ଧ/ଜହ୍ନାପଙ୍କ,୧୧/୫- ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିିଭୂମିର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏ ପରିପ୍ରେକ୍ଷୀରେ ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୧୫ ମସିହାରେ ପ୍ରସୂତୀ ଗୃହ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ଏହି ଘର ହେବା ଦ୍ୱାରା ଅଞ୍ଚଳରେ ପ୍ରସୂତୀ ମହିଳାମାନେ ଉପକୃତ ହେବେ । କିନ୍ତୁ ଆଜକୁ ୫ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଏହା ଅସମ୍ପୂର୍ଣ୍ଣ ହୋଇ ପଡିଛି । ଫଳରେ ପୁରୁଣା ଓଟିରେ ପ୍ରସବ କରାଯାଉଛି । ଅନ୍ୟପକ୍ଷରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ କମ ରୋଗୀ ଓ ପ୍ରସୂତୀ ଆସୁଥିବା ଏବଂ ଅଭିଜ୍ଞ ଡାକ୍ତର ନଥିବା ମୁଣ୍ଡାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୂତୀ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ କେଉଁ ଉଦ୍ଦେଶ୍ୟ ନେଇ ଜହ୍ନାପଙ୍କର ପ୍ରସୂତୀ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେଉନାହିଁ ତାହା ତାହା ତଦନ୍ତସାପେକ୍ଷ । ତୁରନ୍ତ ଏହି ପ୍ରସୂତୀ ଗୃହ ସମ୍ପୂର୍ଣ୍ଣ କରିବା ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନନେଲେ ଆଗାମୀ ଦିନରେ ୭ ଟି ପଂଚାୟତର ଜନପ୍ରତିନିଧିମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

Comments (0)
Add Comment