ଲାଣ୍ଡିବନ୍ଧ ଗ୍ରାମରେ ଘରପୋଡି, ସହାୟତା ପାଇଁ ଦାବି

ବୌଦ୍ଧ,୭/୬- ଗତକାଲି ସନ୍ଧ୍ୟାରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ ଲାଣ୍ଡିବନ୍ଧ ଗ୍ରାମରେ ରହୁଥିବା ପ୍ରମିଳା ବେହେରାଙ୍କ ଘରେ ନିଆଁଲାଗି ସଂପୂର୍ଣ୍ଣ ପୋଡିଯାଇଛି । ଅଗ୍ନିଶମ ବିଭାଗ ଖବରପାଇ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କୌଣସି ଜିନିଷପତ୍ର ବଞ୍ଚାଇ ପାରିନଥିଲେ । ପ୍ରମିଳାଙ୍କ ଦୁଇବଖରା ଘର ଏହି ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପ୍ରମିଳା ତାଙ୍କ ପୁଅ ଓ ବୋହୁ ସହିତ ରହନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।

ରାଧାନଗର ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଣୀତ ଗୋପାଲ ବ୍ୟକ୍ତିଗତଭାବେ ଉପସ୍ଥିତ ରହି ପୀଡିତ ପରିବାରକୁ ଚାଉଳ, ଚୁଡା, ଲୁଗା ଓ ଧୋତି ପ୍ରଦାନ କରିଥିଲେ । ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଏହି କ୍ଷତିଗ୍ରସ୍ତଙ୍କୁ ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Comments (0)
Add Comment