ବୌଦ୍ଧ,୧୯/୭: ଆଜି ରାଜ୍ୟରେ ସଂକ୍ରମଣ ପୁରା କମିଯାଇଥିବାବେଳେ ବୌଦ୍ଧଜିଲ୍ଲାରେ ମଧ୍ୟ ସଂକ୍ରମଣ ତଳମୁହାଁ ହୋଇଛି । ଜିଲ୍ଲାରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ଲୁଣିବାହାଲ ଗ୍ରାମରୁ ଜଣେ, କଣ୍ଟାମାଳ ବ୍ଲକ କଣ୍ଟାମାଳ ପଞ୍ଚାୟତ କଣ୍ଟାମାଳ ଗ୍ରାମରୁ ଜଣେ, ରେଙ୍ଗାଲି ପଞ୍ଚାୟତ ଠେଲକାବେଡା ଗ୍ରାମରୁ ଜଣେ, ମନମୁଣ୍ଡା ପଞ୍ଚାୟତ ନୂର୍ପା ଗ୍ରାମରୁ ଜଣେ ଏବଂ ବୌଦ୍ଧ ସହରାଞ୍ଚଳ ବ୍ରିଜ ଛକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ସଂକ୍ରମିତ ସଂଖ୍ୟା ୧୨୪୫୧ରେ ପହଞ୍ଚିଛି । ଗତକାଲି ସୁଦ୍ଧା ୧୨୨୪୨ ଜଣ ସୁସ୍ଥ ହୋଇଥିବାବେଳେ ୧୧୬ ଜଣ ଚିକିତ୍ସାଧୀନ ରହିଥିବା ଓ ୯୩ଜଣଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।