ଭିଏସଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ପ୍ରାଣୀ ସହାୟକ କେନ୍ଦ୍ରରୁ ତାଲା ଖୋଲିଲା

ବୌଦ୍ଧ/ଜହ୍ନାପଙ୍କ,୧୨/୭- ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କରେ ଥିବା ପ୍ରାଣୀଧନ ସହାୟକ କେନ୍ଦ୍ରକୁ ଦୀର୍ଘଦିନ ହେଲା ପ୍ରାଣୀ ନିରୀକ୍ଷକ ସୂର୍ଯ୍ୟକାନ୍ତ ମେହେର ଆସୁନଥିବାରୁ ରବିବାର ଅଞ୍ଚଳର ଗୋପାଳକମନେ ଅଫିସରେ ତାଲା ପକାଇ ଦେଇଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବାଉଁଶୁଣୀ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରିୟବ୍ରତ ବେହେରା ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ସୋମବାର ପ୍ରାଣୀ ସହାୟକ କେନ୍ଦ୍ରକୁ ଆସି ଅଞ୍ଚଳର ଗୋପାଳକମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ମଙ୍ଗଳବାର ଦିନଠାରୁ ଯଦି ପ୍ରାଣୀ ନିରୀକ୍ଷକ ନିୟମିତ ନଆସନ୍ତି ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ପ୍ରତିଶ୍ରୁତି ଦେବାରୁ ଗୋପାଳକମାନେ କାର୍ଯ୍ୟାଳୟରୁ ତାଲା ଖୋଲିଥିଲେ । ସୂଚନାଯୋଗ୍ୟ ଯେ ଏହି ପ୍ରାଣୀ ସହାୟତା କେନ୍ଦ୍ର ଉପରେ ଖୁଣ୍ଟବନ୍ଧ, ଲକ୍ଷ୍ମୀପ୍ରସାଦ, ପଦ୍ମନପୁର,ତେଲିବନ୍ଧ ଆଦି ପଂଚାୟତର ୪୦ ଖଣ୍ଡ ଗାଁ ର ଗୋପାଳକମାନେ ନିର୍ଭର କରୁଥିବା ବେଳେ ପ୍ରାଣୀ ନିରୀକ୍ଷକଙ୍କ ଅନୁପସ୍ଥିତି ଯୋଗୁଁ ବିଭିନ୍ନ ସମୟରେ ଗାଈଗୋରୁ, ଛେଳି, ମେଣ୍ଢା ଆଦି ଗୃହପାଳିତ ପଶୁ ଜରୁରୀକାଳୀନ ସେବା ପାଇନପାରି ମୃତ୍ୟୁମୁଖରେ ପଡୁଥିବା ପୂର୍ବରୁ ଉଚ୍ଚ ପଦାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଫଳରେ ରବିବାର ଉତ୍ୟକ୍ତ ଗୋପାଳକ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଆଜିର ଏହି ଆଲୋଚନାରେ ବାଉଁଶୁଣୀ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରିୟବ୍ରତ ବେହେରା, ମୁଣ୍ଡପଡା ପ୍ରାଣୀ ନିରୀକ୍ଷକ ସୌଭାଗ୍ୟ ପ୍ରଧାନ, ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର, ଗୋପାଳକ ଶୁଭ୍ରାଂଶୁ ଶେଖର ମିଶ୍ର, ଗଣ୍ଡାରମ ପ୍ରଧାନ, ପ୍ରତାପ ପ୍ରଧାନ,ପ୍ରବୀଣ ନାଏକ,ଅଜୟ ପ୍ରଧାନ, ପ୍ରକାଶ ରଣା, ଦଶରଥ ପ୍ରଧାନ, ପ୍ରଫୁଲ୍ଲ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment