ଦୁଲ୍‌ଦୁଲି ବାଜା ମାଲିକ ସଂଘର ବୈଠକ

ବୌଦ୍ଧ,୨୧/୧୨ – ଆଜି ବୌଦ୍ଧ ଜିଲ୍ଲା ଦୁଲ୍‌ଦୁଲି ବାଜା ମାଲିକ ସଂଘ ପକ୍ଷରୁ କଣ୍ଟାମାଳ ବ୍ଲକ ମନମୁଣ୍ଡା ଅସୁରଗଡ଼ ନିକଟରେ ନଦୀ କୁଳରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘ ୯ମାସ ହେବ ଦୁଲଦୁଲି ବାଜା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି ଫଳରେ ଏହାକୁ ଜୀବିକା କରି ପରିବାର ପ୍ରତିପୋଷଣ କରୁଥିବା କଳାକାର ଓ ମାଲିକ ମାନଙ୍କ ଅବସ୍ଥା ବିପନ୍ନ ହୋଇ ପଡିଛି । ସେମାନେ ପରିବାର ଚଲାଇବା କଷ୍ଟକର ହୋଇପଡିଛି । ସେଥିପାଇଁ ଆଜି ବାଜା ମାଲିକ ସଂଘର ସଭାପତି ସୁଶୀଲ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ନିଷ୍ପତି ନିଆ ଯାଇଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲାର ସମସ୍ତ ବାଜା ମାଲିକ ମାନେ ଏକତ୍ର ହୋଇ କିପରି ସରକାରଙ୍କ ଠାରୁ ଅନୁମତି ମିଳିବ ସେଥିପାଇଁ ଚେଷ୍ଟା କରିବାକୁ ଆଲୋଚନା ହୋଇଥିଲା । ସମସ୍ତ ବାଜା ମାଲିକ ମାନେ ଏକଜୁଟ ହୋଇ ୨୩ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବାକୁ ମଧ୍ୟ ନିଷ୍ପତି ନିଆ ଯାଇଥିବା ଜଣାପଡିଛି ।

Comments (0)
Add Comment